ପ୍ରଥମ ଇ-କବିତା ଆଲୋଚନା ଚକ୍ର ଅନୁଷ୍ଠିତ

Spread the love
କୋରାପୁଟ,୨୬/୦୯/୨୦ (ସନ୍ଧାନ ନିଉଜ) କୋରାପୁଟ ଜିଲ୍ଲା ଜୟପୁର ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜୟପୁର ସାହିତ୍ୟ ପରିବାର ତରଫରୁ ପ୍ରଥମ ଇ-କବିତା ଆଲୋଚନା ଚକ୍ର ତଥା କବି ସମ୍ମିଳନୀ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଶନିବାର ଅନୁଷ୍ଠିତ ହେଇଜାଇଛି । ପ୍ରାରମ୍ଭରେ ଜୟପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ଦକ୍ଷିଣକାଳିକା ଙ୍କୁ ଉକ୍ତସଭା ଉତ୍ସର୍ଗୀକୃତ କରାଯାଇ ତାଙ୍କରି ମାତଙ୍ଗୀ ଋପର ଧ୍ୟାନ ସହ ସଭା ପ୍ରାରମ୍ଭ କରାଯାଇ ଶେଷରେ ଶାନ୍ତିପାଠ ସହ ସଭା ସାଙ୍କ ହେଇଥିଲା ।ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ଜୟପୁର ର ପ୍ରଖ୍ୟାତ ଶିକ୍ଷାବିତ୍ ତଥା ବକ୍ତା ଶ୍ରୀନାଥ ମିଶ୍ର । ସେ ତାଙ୍କ ବକ୍ତବ୍ୟ ରେ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ  ଓଡିଆ କାବ୍ୟ କବିତାର ଧରା ଓ ଧାରା ସମ୍ପର୍କରେ ନିଜର ନିଜର ମତ ରଖିଥିଲେ । ଇଷ୍ଟଦେବୀ ଟ୍ରଷ୍ଟର ର ଚେୟାରମ୍ୟାନ୍ ଶ୍ରୀ କୈଳାସ ଚନ୍ଦ୍ର ତ୍ରିପାଠୀ ପୌରହିତ୍ୟ କରିଥିବା ସ୍ଥଳେ   ପ୍ରସିଦ୍ଧ ଉଦ୍ ଘୋଷକ ତଥା କବି ରଘୁନାଥ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ କବି ସମ୍ମିଳନି ତ୍ୱରାନ୍ୱିତ ହେଇଥିଲା ।ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ କବି କବୟତ୍ରୀ ଗଣ ଯୋଗଦାନ କରି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଡିସେମ୍ବର ମାସ ପର୍ଯ୍ୟନ୍ତ କବିତା ଗ୍ରହଣ କରାଯାଇ ନୂତନ ବର୍ଷରେ ଏକ ଆଇ.ଏସ୍.ବି.ଏନ୍ ସ୍ୱୀକୃତ ପୁସ୍ତକ ପ୍ରକାଶିତ ହେବ ବୋଲି ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment