ପ୍ରତୀକ୍ଷାର ଅନ୍ତ: ଇଞ୍ଜିନ୍‌ ବିହୀନ ‘ଟ୍ରେନ୍‌୧୮’ ଶନିବାର ଦିନ ମୋରାଦାଦାବାଦ- ଶାହରନ୍‌ପୁର ରୁଟ୍‌ରେ କରିବ ପ୍ରଥମ ପରୀକ୍ଷା ମୂଳକ ଯାତ୍ରା

Spread the love

ନୂଆଦିଲ୍ଲୀ, ୧୬/୧୧(ସନ୍ଧାନ ନିୟୁଜ)  : ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ବହୁ ପ୍ରତୀକ୍ଷିତ ଇଞ୍ଜିନ୍‌ ବିହୀନ ଟ୍ରେନ୍‌, ‘ଟ୍ରେନ୍‌୧୮’ ବା ’ଟି୧୮’ ଆସନ୍ତା କାଲି (ଶନିବାର) ଦିନ ରେଳ ଧାରଣା ଉପରେ ତାହାର ପ୍ରଥମ ପରୀକ୍ଷାମୂଳକ ଯାତ୍ରା  କରିବ। ମୋରାଦାବାଦରୁ ଶାହାରନ୍‌ପୁର ପର୍ଯ୍ୟନ୍ତ ଏକ ସାଧାରଣ ରେଳ ଧାରଣା ଉପରେ ‘ଟି୧୮’ ତାହାର ପ୍ରଥମ ପରୀକ୍ଷାମୂଳକ ଯାତ୍ରା କରିବ। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।  ‘ଟି୧୮’ର ଏହି ପ୍ରଥମ ପରୀକ୍ଷାମୂଳକ ଯାତ୍ରାକୁ ନିରୀକ୍ଷଣ ଓ ଅନୁଧ୍ୟାନ କରିବା ପାଇଁ ଇଣ୍ଡିଆନ୍‌ ରେଲେଓ୍ଵର ରିସର୍ଚ୍ଚ ଡିଜାଇନ୍‌ସ ଆଣ୍ଡ ଷ୍ଟାଣ୍ଡାର୍ଡସ ଅର୍ଗାନାଇଜେସନ (ଆରଡିଏସ୍‌ଓ)ର ଟିମ୍‌ ମଧ୍ୟ ଆସି ମୋରାଦାବାଦରେ ପହଞ୍ଚିଯିବା ସହ ଆସନ୍ତା କାଲି ହେବାକୁ ଥିବା ପରୀକ୍ଷାମୂଳକ ଯାତ୍ରାକୁ ଅପେକ୍ଷା କରି ରହିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟି୍ର ପରିସର ନିକଟରେ ‘ଟି୧୮’ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିଲା। ହେଲେ, ଆସନ୍ତାକାଲି ଶନିବାର ଦିନ ‘ଟି୧୮’ ପ୍ରଥମ ଥର ପାଇଁ ମୋରାଦାବାଦରୁ ଶାହରନପୁର ପର୍ଯ୍ୟନ୍ତ ଏକ ସାଧାରଣ ରେଳ ଧାରଣା ଉପରେ ତାହାର ପ୍ରଥମ ପରୀକ୍ଷାମୂଳକ ଯାତ୍ରା କରିବ। ଯଦି ଏହି ପରୀକ୍ଷାମୂଲକ ଯାତ୍ରା ସଫଳ ରହିଲା ତେବେ ‘ଟି୧୮’ର ଦ୍ୱିତୀୟ ପରୀକ୍ଷା ମୂଳକ ଯାତ୍ରା ଦିଲ୍ଲୀ- ମଥୁରା ରୁଟରେ ଲଗାତର ଭାବେ ୫ଦିନ ପାଇଁ କରାଯିବ। ଦ୍ୱିତୀୟ ପରୀକ୍ଷା ମୂଳକ ଯାତ୍ରାରେ ସଫଳତା ପାଇବା ପରେ ଶତାଦ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକୁ ପ୍ରତ୍ୟାହାର କରାଯିବା ସହ ତା’ ସ୍ଥାନରେ ‘ଟି୧୮’ ଚଳାଚଳ କରିବ। ‘ଟି୧୮’ରେ ୧୬ଟି ବାତାନୂକୂଳିତ କୋଚ୍‌ରେ ୧୧୨୮ ଜଣ ଯାତ୍ରୀ ଯାତ୍ରା କରିପାରିବେ।

Related Posts

About The Author

Add Comment