ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଜଳଛତ୍ର କେନ୍ଦ୍ର ଉଦଘାଟିତ

Spread the love

ଯାଜପୁର ସଦର, : ୧୫/୪/୨୬ (ସନ୍ଧାନ ନ୍ୟୁଜ )  ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ବିଜେଡି ପକ୍ଷରୁ ଏକ ଜଳଛତ୍ର ଶିବିର ମଙ୍ଗଳପୁର ବଜାରସ୍ତ ମଙ୍ଗଳପୁର ଟାଇଲସ ଏଣ୍ଡ ମାର୍ବଲ ସୋରୁମ ସାମ୍ନାରେ ଉଦଘାଟିତ ହୋଇଯାଇଛି | ଉକ୍ତ ଜଳଛତ୍ର ଶିବିରଟିକୁ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ଫିତା କାଟି ଉଦଘାଟନ କରିଥିଲେ।ମଙ୍ଗଳପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଶିଶିର କୁମାର ଧଳଙ୍କ ପ୍ରତେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଜଳଛତ୍ର ଶିବିର ଉଦଘାଟନ ଉତ୍ସବରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର,ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ, ସମାଜସେବୀ ପ୍ରଦୀପ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ଶୈଳେନ୍ଦ୍ର ନାୟକ, ଯୁବନେତା ପୂର୍ଣ୍ଣଚନ୍ଦ୍ର ରାଉତ,ଶିକ୍ଷାବିତ ଦାମୋଦର ରାଉତ,ଅମିୟ ରାୟ, ସମାଜସେବୀ ପରୀକ୍ଷିତ ରାୟ, ମାନସ ରଞ୍ଜନ ଦାଶ, ଫକୀର ମୋହନ ଦାଶ, ସତ୍ୟସଚୀ ଦାଶ, ମାନସ ରଞ୍ଜନ, ମାନଗୋବିନ୍ଦ ଧଳ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପ୍ରଣବ ପ୍ରକାଶ ଦାସ ନିଜେ ଉପସ୍ଥିତ ରହି ବାଟୋଇ ମାନଙ୍କୁ ପଣା ବଣ୍ଟନ କରିଥିଲେ | ସକାଳ ୭. ୩0 ମିନିଟରେ ଏହି ଶିବିର ଉଦଘାଟନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଯୁବକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

Related Posts

About The Author

Add Comment