ସୁନ୍ଦରଗଡ ତା:୧୯/୭/୨୦୨୫( ସନ୍ଧାନ ନ୍ୟୁଜ) ମଙ୍ଗସପୁର ସାପ୍ତାହିକ ହାଟରେ ଜଣେ ଯୁବକ ଛୁରା ମାଡ଼ରେ ଆହତ ହେବା ଘଟଣା ସାମ୍ନା କୁ ଆସିଛି । ସନ୍ଧ୍ୟା ପ୍ରାୟ ସାତଟା ସମୟ ରେ ଘଟିଛି ଏହି ଜଗନ୍ୟ କାଣ୍ଡ ।ଘଟଣା ସ୍ଥଳ ରେ ଥିବା ଲୋକେ ଅଭିଯୁକ୍ତଙ୍କୁ କାବୁ କରି ଭାସ୍ମା ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ବ୍ୟକ୍ତି ଅଶ୍ମିତ୍ ଗରଡ଼ିଆ ଅତ୍ୟଧିକ ମଦ ପିଇ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିବା ଜଣାପଡିଛି ।ଗୁରୁତର ବ୍ୟକ୍ତି ବିଶାଳ ନେଟି ଙ୍କୁ ପ୍ରଥମିକ ଚିକିତ୍ସା ପାଇଁ ପ୍ରଥମେ ମଙ୍ଗସପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ପରେପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରିଥିବା ଭଷ୍ମା ପୋଲିସ ପୋଲିସ ପକ୍ଷରୁ ଜଣାପଡିଛି ।
ପ୍ତାହିକ ହାଟରେ ଛୁରା ମାଡ , ଯୁବକ ଗୁରୁତର
|
July 19, 2025 |



