ପୋଷ୍ଟ କାର୍ଡ ଚିଠି ପରେ ପାର୍ଲିଆମେଣ୍ଟର ରେ ପ୍ରଶ୍ନ: ରେଳ ଡିଭିଜନ ପାଇଁ ଗର୍ଜିଲା ସଚେତନ ନାଗରିକ ମଞ୍ଚ

Spread the love
ଯାଜପୁର, ୦୮/୧୨ ( ସନ୍ଧାନ ନିୟୁଜ୍/ ପ୍ରଶାନ୍ତ ସାମଲ)  ଯାଜପୁର ଜିଲ୍ଲାରେ ଏସିଆ ମହାଦେଶର ସର୍ବାଧିକ ୯୮ ପ୍ରତିଶତ ଖଣିଜ ସମ୍ପଦ କ୍ରୋମାଇଟ ମହଜୁଦ ଥିବା ବେଳେ ଦେଶର ଶିଳ୍ପ ରାଜଧାନୀ ତଥା ଏସିଆ ମହାଦେଶର ସର୍ବବୃହତ୍ତମ ଇସ୍ପାତ ହବ  କଳିଙ୍ଗନଗର ଏହିଠାରେ ହିଁ ଅବସ୍ଥିତ l ପର୍ଯ୍ୟଟନ ଦୃଷ୍ଟିରୁ ଜିଲ୍ଲାର ଗୁରୁତ୍ୱ ମଧ୍ୟ ରହିଛି l ଜିଲ୍ଲାରେ ୨୧ ଟି ରେଳ ଷ୍ଟେସନ ରହିଥିବା ବେଳେ ଚାରୋଟି ମୁଖ୍ୟ ଜଙ୍କସନ ମଧ୍ୟ ରହିଛି , ଯାହା ବହୁ ପଡୋଶୀ ଜିଲ୍ଲା ଓ ବନ୍ଦର କୁ ସଂଯୋଗ କରୁଛି। ଏହା ବ୍ୟତୀତ ୬ ଟି ଗୁଡ୍ସ ଶେଡ଼ ଓ ବହୁ ଶିଳ୍ପ ପ୍ରତିଷ୍ଠାନ ର ପ୍ରିଭେଟ siding ରହିଛି ।ଗମନାଗମନ ଏବଂ ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ଯାଜପୁର ସହର l ଏନେଇ ଗତ ବୁଧବାର ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଲୋକସଭାରେ ଯାଜପୁର ରୋଡ ରେଳ ଷ୍ଟେସନକୁ ରେଳ ଡିଭିଜନର ମାନ୍ୟତା ଦିଆଯାଉ ଏନେଇ ଦାବୀ ଉପସ୍ଥାପନ କରିଛନ୍ତି l ସେପଟେ ଯାଜପୁର ସହରର ଯୁବ ଗୋଷ୍ଠୀ ଏବଂ ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୫୦୦୦ ପୋଷ୍ଟକାର୍ଡ କେନ୍ଦ୍ର ରେଳ ମନ୍ତ୍ରାଳୟ ପାଖକୁ ପଠାଯାଉଛି l ଏହି କ୍ରମରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ଏବଂ ସଚେତନତା  କାର୍ଯ୍ୟକ୍ରମ ଯାଜପୁର ରୋଡ ରେଳ ଷ୍ଟେସନ ପାଖରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଉଭୟ ଦେଶ ଓ ରାଜ୍ୟ  ପାଇଁ ପ୍ରଗତି ର ସାଥୀ ଓ ଏହାକୁ ସରକାର ରେଳ କ୍ଷେତ୍ର ରେ ଡିଭିଜନ ର ମାନ୍ୟତା ଦିଅନ୍ତୁ କହି ମଂଚ ର କର୍ମକର୍ତା ମନେ ନାରାବାଜି ଦେଇଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ମଞ୍ଚର ଆବାହକ ସରୋଜ ବେହେରା ନିଜ ମନ୍ତବ୍ୟରେ କହିଛନ୍ତି ବାଣିଜ୍ୟ,ଶିଳ୍ପ ଏବଂ ଗମନାଗମନର ପେଣ୍ଠସ୍ଥଳୀ ପାଲଟିଥିବା ଯାଜପୁର ପାଇଁ ରେଳ ଡିଭିଜନ ଏକ ଅଧିକାର l ଯଦି ଡିଭିଜନ ମାନ୍ୟତା ଦିଆନଯାଏ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଏହି ଦାବୀକୁ ଦିଲ୍ଲୀ ଦରବାର ଯାଏ ନିଆଯିବ l ଏହି ସଚେତନତା କାର୍ଯ୍ୟକ୍ରମରେ ମଞ୍ଚ ପକ୍ଷରୁ ଅବାହକଙ୍କ ସହ ରଜତ କୁମାର ପତି,ଦିଗାମ୍ବର ସାହୁ,ଆଶୁତୋଷ ବଳ, ସିଦ୍ଧାର୍ଥ ସାମଲ, ସିଦ୍ଧାର୍ଥ ନାୟକ,ସମାଜସେବୀ ବିଶ୍ୱଜିତ ମହାନ୍ତିଙ୍କ, ଇତିଶ୍ରୀ ଜେନା, ଦୁଷ୍ମନ୍ତ ନାୟକ ଙ୍କ ସହ ସହରର ଯୁବ ଗୋଷ୍ଠୀ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ l

Related Posts

About The Author

Add Comment