ପୋଲିସକୁ ଆଶାଳୀନ ବ୍ୟବହାର କରି ୩ ଘଂଟା ଥାନାରେ ଅଟକ ରହିଲେ ବିଧାୟକଙ୍କ ପୁତୁରା

Spread the love

ଚଣ୍ଡିଖୋଲ,୧୨/୨ (ସନ୍ଧାନ ନିୟୁଜ) ଅର୍ଥନୈତିକ ଅବରୋଧ କରିବା ଲକ୍ଷରେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତା ମାନେ ମଙ୍ଗଳବାର ଦିନ ଚଣ୍ଡିଖୋଲ ଠାରେ ଏକତ୍ରିତ ହେବା ଖବର ପାଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ତାନରେ ଚଢାଉ କରାଯାଇଥିଲା । ଚଣ୍ଡିଖୋଲ ସିନେମା ହଲ ନିକଟରେ କେତେକ ଚାଷୀ ରାସ୍ତା ଉପରକୁ ଆସିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମକରୁଥିଲେ । ଏହି ସମୟରେ କେତେକ ଚାଷୀ ଗିରଫ ଭୟରେ ଚଣ୍ଡିଖୋଲ ସିନେମ ହଲରେ ପଶିଯାଇଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସ ଯିବା ସମୟରେ ବଡଚଣା ବୀଧାୟକଙ୍କ ପୁତୁରା ସେମାନଙ୍କୁ ଭିତରକୁ ଛାଡିବାକୁ ଦେଇ ନଥିଲେ । ଏହି ସମୟରେ ପୋଲିସ ସହିତ ତାଙ୍କର ଯୁକ୍ତିତର୍କ ହେବା ସହିତ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଶେଷରେ ବାଧ୍ୟ ହୋଇ ଶ୍ରୀ ଶତପଥିଙ୍କୁ ଉଠାଇ ନେଇ ଚଣ୍ଡିଖୋଲ ଫାଣ୍ଡିରେ ୩ ଘଂଟା ଅଟକ ରଖିଥିଲେ । ତାଙ୍କ ସମ୍ପର୍କୀୟ ପୋଲିସ ଷ୍ଟେସନରେ ପହଂଚି ର୍ବ୍ୟକ୍ତିଗତ ମୁଲାଚିକାରେ ତାଙ୍କୁ ସେଠାରୁ ମୁକୁଳାଇଥିଲେ । ପୋଲିସର ସୂଚନା ମୁତାବକ ଡିଉଟି ସମୟରେ ସେମାନଙ୍କ କାର୍ଯ୍ୟରେ ବାଧା ଦେବା ଓ ଆଶାଳୀନ ବ୍ୟବହାର କରିଥିବାରୁ ଆମ୍ଭେ ତାକୁ ଥାନାକୁ ନେଇ ଆସିଥିଲୁ । ପରେ ବ୍ୟକ୍ତିଗତ ମୁଲାଚିକାରେ ଛାଡି ଦେଇଛୁ ।

Related Posts

About The Author

Add Comment