ପୋଲିସ ଏସ୍ଆଇ ପରୀକ୍ଷା ସ୍କାମ୍ : ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ

Spread the love

ଭୁବନେଶ୍ୱର ୧୯/୧୨/୨୫ (ସନ୍ଧାନ ନ୍ୟୁଜ ): ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ । ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ ଶଙ୍କର, ସୁରେଶ ଓ ସାଗର । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିବ। ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ କାର୍ପେଟଦାର ବୋଲି ସିବିଆଇ ଦର୍ଶାଇଛି । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ ସିବିଆଇ ଯୋଜନା କରିଛି ।  ସେହିଭଳି ଅନ୍ୟ ଦଲାଲଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ଲାଗି ଅଡୁଆ ବଢ଼ିବା ସହ ସେ ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି। ଏହି ଗୋଟିଏ ପରୀକ୍ଷା ନୁହେଁ, ପୂର୍ବରୁ ହୋଇଥିବା ଏକାଧିକ ପରୀକ୍ଷାରେ ଶଙ୍କରର ଭୂମିକା ରହିଥିବା ଜଣାପଡ଼ିଛି। ଶଙ୍କରକୁ ପଚରାଉଚରା ପରେ ଆହୁରି ଅନେକ ଚରିତ୍ର ସାମ୍ନାକୁ ଆସିବ । ଶଙ୍କର ଲିଙ୍କରେ ଥିବା କିମ୍ବା ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ହାଜର ହେବା ଲାଗି ସିବିଆଇ ସମନ କରିଛି। ଏଥିସହ ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ ସିବିଆଇI । ପ୍ରଶ୍ନପତ୍ର ଛାପା ଓ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବା ଟ୍ରାନ୍ସପୋର୍ଟ ଦାୟିତ୍ବ ସୁରେଶ ସଂସ୍ଥା ସିଲିକନ ଟେକ୍ ଲାବ୍ ନେଇଥିଲା। ଏହି ବଡ଼ଧରଣ ଅନିୟମିତତା କରି ଟଙ୍କା ଆତ୍ମସାତ କରିବାକୁ ପରସ୍ପର ଯୋଜନା ରଚିଥିଲେ। ଶଙ୍କରର ଦଲାଲ ନେଟୱର୍କ ଥିବାରୁ ସେହି ଆଧାର କରି ମୋଟା ଅଙ୍କର ଟଙ୍କା ହାତେଇବା ଷଡ଼ଯନ୍ତ୍ର ହୋଇଥିଲା। ଶଙ୍କରକୁ ନିଜେ ଘରେ ଆଶ୍ରୟ ଦେବା ସହ ନେପାଳ ସୀମାନ୍ତ ଉତ୍ତରାଖଣ୍ଡକୁ ଖସାଇବାରେ ସୁରେଶ ବଡ଼ ଭୂମିକା ନେଇଥିଲା ।

Related Posts

About The Author

Add Comment