ରାଉରକେଲା, ୦୧/୦୭/୨୦ (ସନ୍ଧାନ ନିଉଜ) : ଖତକୁର ବାହାଲ ଅଞ୍ଚଳରେ ଥିବା ଏକ ପୋଖରୀ ଭିତରେ ଏକ ବ୍ୟକ୍ତିଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଗ୍ରାମବାସୀ ଏହି ସୂଚନା ନିକଟସ୍ଥ କୁତ୍ରା ଥାନା କୁ ଦେଇଥିଲେ । କୁତ୍ରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ମୃତ ଶରୀରକୁ ଉଦ୍ଧାର କରିବା ସହ ମୃତ ବ୍ୟକ୍ତି ଜଣକ ରାଏବଗା ଅଞ୍ଚଳର ଲୋକ ନାଥ ମିଶ୍ରଙ୍କ ପୁତ୍ର ୪୨ବର୍ଷୀୟ ଅକ୍ଷୟ ମିଶ୍ର ବୋଲି ଚିହ୍ନଟ କରିଥିଲେ । ପୋଲିସ ଏହି ଘଟଣାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଟିକୁ ଶବ ବ୍ୟବଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ମାମଲା ର ତଦନ୍ତ କରୁଛନ୍ତି
ପୋଖରୀ ରୁ ଶବ ଉଦ୍ଧାର
|
July 1, 2020 |
![](https://sandhannews.com/wp-content/uploads/2020/07/image-2020-07-01T222327.361.png)