ମାଲକାନଗିରି, ୨୯/୦୭/୨୦୨୧ (ସନ୍ଧାନ ନିଉଜ) : ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଚାଂୟତ ବଇଲାପାରି ପୋଖରୀ ରୁ ପୁଲିସ ଜଣେ ଅଜଣା ଯୁବକର ମୃତଶରୀର ଉଦ୍ଧାର କରିଛି । ଗତ କାଲି ସନ୍ଧ୍ୟାରେ ପଦ୍ମଗିରି ପଚାଂୟତ ବଇଲାପାରି ଗ୍ରାମଠାରେ ଥିବା ଏକ ବଡ ପୋଖରିରେ ଜଣ ଯୁବକର ମୃତ ଶରୀର ଭାସୁଥିବାର ଦେଖିପାରି ଗ୍ରାମବାସୀ ମାନେ ମାଲକାନଗିରି ଥାନାକୁ ଖବର ଦେଇଥିଲେ । ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଆଜି ମାଲକାନଗିରି ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଶବ ଉଦ୍ଧାର ପରେ ମାଲକାନିଗିରି ଥାନା ପୁଲିସ ମୃତ ଅଚିହ୍ନା ଯୁବକର ପରିଚୟ ଖୋଜିବା ପାଇଁ ଫଟୋ ଜାରିକରିଛି
ପୋଖରୀ ରୁ ଅଜଣା ଯୁବକର ମୃତ ଶରୀର ଉଦ୍ଧାର
|
July 29, 2021 |


