ପେଟ୍ରୋଲ ଦର ୨୫ ଟଙ୍କା ହ୍ରାସ କଲେ ଝାଡଖଣ୍ଡ ସରକାର

Spread the love
ଝାଡଖଣ୍ଡ, ୨୯/୧୨/୨୦୧୧ (ସନ୍ଧାନ ନିଉଜ): ଝାଡଖଣ୍ଡରେ ପେଟ୍ରୋଲ/ଡିଜେଲ ଦର ୨୫ ଟଙ୍କା ହ୍ରାସ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ବୁଧବାର ସେ ଘୋଷଣ କରିଛନ୍ତି ଯେ ଜାନୁଆରୀ ୨୬ ତାରିଖରୁ ରାଜ୍ୟରେ ଦୁଇ ଚକିଆ ଯାନ ଥିବା ବ୍ୟକ୍ତିଙ୍କୁ ୨୫ ଟଙ୍କା କମ୍‌ରେ ମିଳିବ । ତେବେ ଏହି ସୁବିଧା କେବଳ ବିପିଏଲ୍ କାର୍ଡ ଥିବା ଦୁଚକିଆ ଯାନଧାରୀଙ୍କୁ ମିଳିବ ।

ସୋରେନ କହିଛନ୍ତି “ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଗରିବ ଏବଂ ମଧ୍ୟବିତ୍ତ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। ତେଣୁ ରାଜ୍ୟ ସ୍ତରରୁ ଦୁଇ ଚକିଆ ଯାନ ପାଇଁ ପେଟ୍ରୋଲ ଉପରେ ସରକାର ଲିଟର ପିଛା ୨୫ ରିଲିଫ ଦେବେ। ଏହି ଲାଭ ୨୬ ଜାନୁୟାରୀ ୨୦୨୨ ରୁ ଆରମ୍ଭ ହେବ ବୋଲି ସେ ଟ୍ୱଟି୍ କରି ଜଣାଇଛନ୍ତି। 

କିଛିଦିନ ତଳେ ଦେଶର ବିଭିନ୍ନ ପ୍ରାନ୍ତରେ ପେଟ୍ରୋଲ-ଡିଜେଲ ଦର ଶହେ ପାର କରିଥିଲା। ଜନସଧାରଣରେ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନଭେମ୍ବର ମାସରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୫ ଟଙ୍କା ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ କରିଥିଲେ। ଏହାପରେ ବିଭିନ୍ନ ରାଜ୍ୟ ପେଟ୍ରୋଲ ଓ ଡିଜେଲରୁ ଭାଟ୍ କମାଇଥିଲେ।

Related Posts

About The Author

Add Comment