ବାରିପଦା ,ଉଦଳା ୨୯/୯ ସନ୍ଧାନ ନିୟୁଜ / ଲିଙ୍ଗରାଜ ପଣ୍ଡା ;- ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଗାଁ ଗହଳିରେ ସେଇ ପୁରୁଣା ବିଶ୍ୱାସକୁ ଲୋକ ଭୁଲିପାରୁନାହାନ୍ତି । ଗାଁ ଗହଳିରେ ଏବଏବି ଅନ୍ଧବିଶ୍ୱାସକୁ ନେଇ ଝଡା ଫୁଙ୍କା ଠାରୁ ଚେଙ୍କା ଆଦି ଦିଆଯାଉଛି । ପେଟ ରୋଗ ନହେବା ପାଇଁ ଅନ୍ଧବିଶା୍ୱସ ବସବର୍ତି ହୋଇ ଏକ ମଙ୍କସର ଶିଶୁ କନ୍ୟାଙ୍କୁ ଗତକାଲି ଚେଙ୍କ ଦିଆଯାଇଥିବାର ଦେଖିବାକୁ ମିଳିଛି । ଘଟଣାଟି ଘଟିଛି ମୟୁଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଟିକପଡା ଗ୍ରାମରେ ଉକ୍ତ ଗ୍ରାମର ୧ମାସର ଶିଶୁ କନ୍ୟାର ପେଟରେ ଚେଙ୍କ ଦିଆଯାଇଛି ।
ସୂଚନା ଅନୁଯାଇ ଖୁଣ୍ଟ ଥାନା ଟିକରପଡା ଗ୍ରାମରେ ମୁଚିରାମ ମୁର୍ମୁଙ୍କ ଏକ ମାସର ଶିଶୁ କନ୍ୟାକୁ ତାର ମାମୁଁ ପେଟରେ ଚେଙ୍କା ଦେବା ଫଳରେ ଉଦଳା ଡାକ୍ତରଖାନାରେ ଚିକିସôାଧୀନ ଅଛନ୍ତି । ଶିଶୁ କନ୍ୟାଙ୍କ ମା ମିରୁ ମୁର୍ମୁ କହିବା ଅନୁଯାଇ ପେଟରେ ଚେଙ୍କ ଦେଲେ ପେଟ କାଟେ ନାହିଁ ଓ ପେଟ ରୋଗ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଥିବା ବେଳେ ୩ଟି ଜାଗାରେ ୩ଟି ଚେଙ୍କ ଦେଇଥିବାର କହିଛନ୍ତି । ଶିଶୁ କନ୍ୟାଙ୍କୁ ବୁଧବାର ଦିନ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି ଶିଶୁ ବିଭାଗର ଡାକ୍ତର ଲକ୍ଷ୍ମୀକାନ୍ତ ପତି କହିଛନ୍ତି । ଅନ୍ଧବିଶ୍ୱାସର ବସବର୍ତି ନହୋଇ କୋଣସି ରୋଗ ହେଲେ ଡାକ୍ତର ଓ ଗାଁରେ ଥିବା ଆଶା କର୍ମୀ ମାନଙ୍କର ପରାମର୍ଶ ନେଇ ଚିକସôା କରିବା ପାଇଁ ଶିଶୁଟିର ପରିବାର ଲୋକଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
ପେଟ ରୋଗ ନହେବା ପାଇଁ ; ଏକ ମସର ଶିଶୁ କନ୍ୟାକୁ ଚେଙ୍କ
|
September 29, 2020 |
![](https://sandhannews.com/wp-content/uploads/2019/04/black-hole1-750x430.png)