ପୂର୍ବତନ ସରପଂଚ ଅନିରୁଦ୍ଧ(୫୯)ଙ୍କ ବିୟୋଗରେ ଶୋକ

Spread the love

ଚଣ୍ଡିଖୋଲ,ତା.୧୧/୧୦/୨୦୨୦ (ସନ୍ଧାନ ନିଉଜ) -ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମର ପୂର୍ବତନ ସରପଂଚ ଅନିରୁଦ୍ଧ ରାଉତ(୫୯)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ କିଛିଦିନ ହେବ ଅସୁସ୍ଥ ହୋଇ ଚିକିସôାଧିନ ଥିଲେ । ୰ ରାଉତ ସରପଂଚ ଥିବା ସମୟରେ ନିଜ ଗ୍ରାମ ଓ ଚଣ୍ଡିଖୋଲ ବଜାରର ଉନ୍ନତିରେ ସକ୍ରିୟ ଭୂମିକା ନେଉଥିଲେ । ଚଣ୍ଡିଖୋଲ ଦୂର୍ଗାପୂଜା କମିଟିର ଜଣେ ସକ୍ରିୟ ସଭ୍ୟ ଓ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘର ଜଣେ ସକ୍ରିୟ କର୍ମକର୍ତା ଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବିଧାୟକ ଅମର ପ୍ରସାଦ ଶତପଥି, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ପା୍ରକ୍ତନ ସାଂସଦ ମୋହନ ଯେନା, ରାଜ୍ୟ ବିଜେପି ମୂଖପାତ୍ର ଅମର ନାୟକ, କଂଗ୍ରେସ ନେତା ଅଜୟ କୁମାର ସାମଲ, ସରପଂଚ ଶ୍ରୀମତୀ ଚାଚାଲିନ୍ ସ୍ୱାଇଁ, ସମିତି ସଭ୍ୟ ପ୍ରିତମ ନାୟକ, ପ୍ରାକ୍ତନ ସଂଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ପ୍ରହଲ୍ଲାଦ ନନ୍ଦ, ଚଣ୍ଡିଖୋଲ ଟ୍ରକ୍ ମାଲିକ୍ ସଂଘ ସଭାପତି ସନ୍ତୋଷ କୁମାର ରାଉତ, ସଂପାଦକ ପୁଷ୍ପରାଜ ନାୟକ, ଦୂର୍ଗାପୂଜା କମିଟିର ସଭାପତି ଧିରେନ୍ଦ୍ର ରାଉତ, ସଂପାଦକ ତୈ୍ରଲୋକ୍ୟ ନାଥ ନାୟକ, ଆଂଚଳିକ ବରିଷ୍ଠ ନାଗରୀକ ମଂଚ ସଭାପତି ଶେଷଦେବ ନାୟକ, ସଂପାଦକ ହେମନ୍ତ କୁମାର ସାମଲ, କ୍ୟାପଟେନ୍ ରାଜନାରାୟଣ ମହାପାତ୍ର, ଚଣ୍ଡିଖୋଲ ପ୍ରେସ୍ କ୍ଲବ ସଭାପତି ପ୍ରଦୀପ୍ତ କୁମାର ପରିଡ଼ା, ସାଂପାଦକ ଦିଲ୍ଲିପ୍ ମହାନ୍ତି, ପ୍ରାକ୍ତନ ସରପଂଚ ରାଜ କିଶୋର ସ୍ୱାଇଁ, ପଲ୍ଲୀ ମଙ୍ଗଳ ସେବା ସମବାୟ ସମିତିର ସଭାପତି ସଂଜୟ କୁମାର ସ୍ୱାଇଁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment