ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗ, ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର ୨୬/୧୨/୨୫ (ସନ୍ଧାନ ନ୍ୟୁଜ ) : କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ ହୋଇଛି। ଅନେକ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି। ତାଙ୍କ ବିୟୋଗରେ ବହୁ ବିଜେପି ନେତା ଗଭୀର‌ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।  ସଞ୍ଚିତାଙ୍କ ପରଲୋକ ପରେ ବିଜେପିରେ ବଡ କ୍ଷତି ହୋଇଛି। ଦୀର୍ଘ ଦିନ ହେବ ସଞ୍ଚିତା ମହାନ୍ତି କର୍କଟ ରୋଗରେ ପୀଡିତ ଥିଲେ। ଅସୁସ୍ଥ ଥିବାରୁ ସେ ଚିକିତ୍ସିତ ହେଉଥିଲେ। ଘରୋଇ ହସ୍ପିଟାଲରେ ଦେହାନ୍ତ ହେବା ପରେ ନୟାପଲ୍ଲୀ ସ୍ଥିତ ବାସଭବନରେ ତାଙ୍କ ପାର୍ଥୀବ ଶରୀରକୁ ଅଣାଯାଇଛି। ସେଠାରେ ବରିଷ୍ଠ ନେତା ମନ୍ତ୍ରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।  ଆଉ କିଛି ସମୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ମରଶରୀର ନିଆଯିବ, ସେଠାରେ ବିଧାନସଭାକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହାପରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ସୂଚନା ମିଳିଛି।

Related Posts

About The Author

Add Comment