ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ଗୁରୁତର, ଏମ୍ସରେ ପହଞ୍ଚିଲେ ମୋଦି

Spread the love

ନୂଆଦିଲ୍ଲୀ 15/8(ସନ୍ଧାନ ନୁ୍ୟଜ୍): ଆଜି ସାରା ଦେଶ ହର୍ଷୋଲ୍ଲାସର ସହ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଗତ ୪୮ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବାଜପେୟୀଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରୀଆ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅବଗତ କରିଛନ୍ତି ।

ଏହା ପରେ ଏବେ ପ୍ରଧାନମନ୍ତ୍ରୀ ଏମ୍ସ ଯାଇ ଅଟଳଜୀଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏନ୍ସ ଯାଇ ବାଜପେୟୀଙ୍କୁ ଭେଟିଛନ୍ତି । ଏମ୍ସର ଏକ ଅଭିଜ୍ଞ ଡାକ୍ତରୀ ଦଳ ଅଟଳଜୀଙ୍କ ଉପରେ ନିୟମିତ ନଜର ରଖିଛନ୍ତି । ଏମ୍ସକୁ ବିଜେପିର ବରିଷ୍ଠ ନେତାମାନେ ପହଞ୍ଚିଛନ୍ତି । ଗତ ମାସରେ ମଧ୍ୟ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

Related Posts

About The Author

Add Comment