ଯାଜପୁର,/ଜେନାପୁର (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ପୂର୍ବ ଶତୃତାକୁ ନେଇ ଯୁବକଙ୍କ ଉପରେ ଟକ୍ର ଚଢ଼ାଇ ହତ୍ୟା କରାଯାଇଥିବା ନେଇ ଆଜି ଜେନାପୁର ଥାନାରେ ଏକ ଏତଲା ଦାୟର କରାଯାଇଛି । ମିଳିଥିବା ସୂଚନା ମୁତାବକ ଧର୍ମଶାଳା ବ୍ଲକ ଜେନାପୁର ଥାନା ତାଳଜଙ୍ଗ ପଂଚାୟତ ବଳରାମପୁର ତଳଗଡ (ପଥୁରିଆ ସାହି) ଗ୍ରାମର ପିତାବସ ମଲିକଙ୍କ ପୁଅ ପ୍ରଦିପ ମଲିକ ଓରଫ କାବୁଲା( ୪୨)ଙ୍କୁ ସେହି ଗ୍ରାମର ନିରଞ୍ଜନ ମଲିକଙ୍କ ପୁଅ ମୁକୁନ୍ଦ ମଲିକ (୫୦) ଏବଂ ତାଙ୍କ ତିନି ପୁଅ ଶ୍ରୀଧର ମଲିକ,(୩୫) ସୁରେଶ ମଲିକ (୩୨) ଅକ୍ଷୟ ମଲିକ (୩୨) ଏବଂ ବାବୁନି ମଲିକଙ୍କ ପୁଅ ଚଗଲା ମଲିକ ବିଭିନ୍ନ ମାରଣାସ୍ତ୍ର , ଠେଙ୍ଗା ବାଡିରେ ବାଡେଇବା ପରେ ଟକ୍ର ଚଢ଼ାଇ ହତ୍ୟା କରିଥିବା ନେଇ ତାଙ୍କ ପତ୍ନୀ ପ୍ରମିଳା ମଲିକ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ତାଙ୍କ ସ୍ୱାମୀ ବିଲରୁ ଫେରୁଥବା ବେଳେ ବଳରାମପୁର ହାଇ ସ୍କୁଲ ନିକଟରେ ମିଳିତ ଭାବେ ଆକ୍ରମଣ କରିବା ସହିତ ତଳେ ପକାଇଦେଇଥିଲେ । ପରେ ଶ୍ରୀଧର ତାଙ୍କ ଉପରେ ଏକ ହାଇୱା ନମ୍ବର ଓଆର୦୯ଜି-୧୬୫୩ରେ ଚଢ଼ାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଏପରକି ଅଭିଯୁକ୍ତ ମାନେ ବହୁବାର ତାଙ୍କୁ ମାରିଦେବାକୁ ଧମକ ଦେଇଥିବା କହିବା ସହିତ ପୂର୍ବରୁ ଜଣଙ୍କୁ ହାଣି ଜେଲ ଯାଇଥିଲେ । ତେବେ ଜେନାପୁର ପୋଲିସର ନିଷ୍କିୟତା ପାଇଁ ଆଜି ଜଣେ ଗରିବ ଅସୟାସ ଯୁବକଙ୍କ ଜୀବନ ଗଲା ବୋଲି ପରିବାର ଅଭିଯୋଗ କରିଛନ୍ତି । ଜେନାପୁର ପୋଲିସ ଘଟଣା ସ୍ଥଳରୁ ଗାଡି ଜବତ କରି ଅଧିକ ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ ଶତୃତାକୁ ନେଇ ଯୁବକଙ୍କ ଉପରେ ଟକ୍ର ଚଢାଇ ହତ୍ୟା, ଥାନାରେ ଏତଲା
|
October 13, 2019 |



