ପୁଲିସ ତଦନ୍ତକୁ ନେଇ ପ୍ରଶ୍ନବାଚୀ

Spread the love

ଉଦଳା- ୩୦/୯ (ସନ୍ଧାନ ନ୍ୟୁଜ୍):   ଉଦଳା ଥାନା ଅଧୀନ ରାଢ଼େ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସୁଶାନ୍ତ ମଳିକଙ୍କୁ ମହାବିଦ୍ୟାଳୟ କିଛି କର୍ମଚାରୀ ଷ୍ଟାଇପେଣ୍ଟ ଟଙ୍କାରୁ ଭାଗ ମାଗିବା ସହ ଟଙ୍କା ନ’ଦେବାରୁ ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଥିବା ଗତ ୨୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ଘଟଣା ବେଳର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଅଭିଯୋଗ ପରେ ଦାୟିତ୍ବରେ ଥିବା ଏଆଇ କେସ୍ ନଂ ୨୫୦/୨୦୨୦ ଦଫା -୩୪୧|୨୯୪|୩୨୩/୫୦୬|୩୪ ଆଇପିସିରେ ମକଦ୍ଦମା ଗୁଜୁ ଛାତ୍ରଙ୍କୁ ମାଡ଼ମରା ଘଟଣା କିରିଥିଲେ। ତେବେ ବାସ୍ତବରେ ସୁଶାନ୍ତଙ୍କୁ ଜାତିଆଣ ମନ୍ତଃବ୍ୟ ଦେଇ ଗାଳିଗୁଲଜ ହୋଇଥିବା ସେ ଅଭିଯୋଗ କରିଥିଲେ ବି ଏହି ଦଫାକୁ ଉଡ଼ାଇ ଦେଇଛି ପୁଲିସ । ଏଥିସହ ଅଭିଯୋଗ ପତ୍ରରେ ଅଭିଯୁକ୍ତ ଦର୍ଶାଯାଇଥିବା ହରିହର ବେହେରାଙ୍କ ନାମ ମଧ୍ୟ ମକଦ୍ଦମା ରୁଜୁ ବେଳେ ପୁଲିସ କାଟି ଦେଇଛି। ଫଳରେ ପୁଲିସର କାର୍ଯ୍ୟଧାରାକୁ ନେଇ ଉଠିଛି ପ୍ରଶ୍ନ କଲେଜ କର୍ମଚାରୀଙ୍କ ଆକ୍ରମଣ ପରେ ଉଦଳା ପୁଲିସର ଅସହଯୋଗ ଅସହ୍ୟ ହେଉଥିବା କହିଛନ୍ତି ଛାତ୍ର ସୁଶାନ୍ତ ଏ ବାବଦରେ ଉପଖଣ୍ଡ ପୁଲିସ ଅଧିକାରୀ କେଦାରନାଥ ସାହୁଙ୍କୁ ପଚାରିବାରୁ ତାଙ୍କ ପାଖରେ ଏ ସମ୍ପର୍କରେ ସୂଚନା ନଥିବାର କହିଥିଲେ। ଗଣମାଧ୍ୟମ ନିକଟରୁ ଅଭିଯୋଗ ପାଇଲି, ବୁଝିବି ବୋଲି କହିଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ପଚାରିବାରୁ ଖବର ମିଳିଛି, ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାମିତ ହେଳଛି। ଯିଏ ଭୁଲ କରିଛି ସେ ଦଣ୍ଡ ପାଇବ ବୋଲି କହିଛନ୍ତି।

Related Posts

About The Author

Add Comment