ପୁଲଓ୍ଵାମା ବିସ୍ଫୋରଣ: ସ୍କୁଲ୍‌ ବ୍ୟାଗ୍‌ରେ ବିସ୍ଫୋରକ ସାମଗ୍ରୀ ନେଇ ଯାଇଥିଲେ ଦଶମ ଶ୍ରେଣୀ ଛାତ୍ର

Spread the love

ପୁଲଓ୍ଵାମା,୧୩/୨(ସନ୍ଧାନ ନିୟୁଜ) : ଜମ୍ମୁ-କଶ୍ମୀରର ପୁଲଓ୍ଵାମା ବିସ୍ଫୋରଣକୁ ନେଇ ଏକ ରହସ୍ୟମୟ ତଥ୍ୟ ହସ୍ତଗତ ହୋଇଛି। ଜିଲ୍ଳାର ଏକ ଘରୋଇ ସ୍କୁଲ୍‌ରେ ବିସ୍ଫୋରଣ ଘଟି ପ୍ରାୟ ୧୬ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ତେବେ, ଏହି ବିସ୍ଫୋରଣ କିଏ ଓ କାହିଁକି ଘଟାଇଛି ଜାଣିବା ପାଇଁ ଏ ନେଇ ଜମ୍ମୁ-କଶ୍ମୀର ପୁଲିସ୍‌ କରିଥିବା ପ୍ରଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସେହି ସ୍କୁଲ୍‌ରେ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ର ହିଁ ଏହି ବିସ୍ଫୋରଣ ପାଇଁ ଦାୟୀ। ଛାତ୍ର ଜଣକ ତାଙ୍କ ବ୍ୟାଗ୍‌ରେ ବିସ୍ଫୋରକ ସାମଗ୍ରୀ ନେଇ ସ୍କୁଲ୍‌ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି। ଆହୁରି ବି ଜାଣିବାକୁ ମିଳିଛି ଯେ ବିସ୍ଫୋରକ ସମଗ୍ରୀ ନେଇ ସ୍କୁଲ୍‌ ଯାଇଥିବା ଛାତ୍ର ଜଣକ ଆହତ ଛାତ୍ରଙ୍କ ଭିତରୁ ଅନ୍ୟତମ।

ଉଲ୍ଳେଖଯୋଗ୍ୟ, ପୁଲଓ୍ଵାମା ଜିଲ୍ଲାର କାକପୋରା ଅଞ୍ଚଳରେ ଥିବା ଏକ  ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ସମୟରେ ଆଜି ଅପରାହ୍ନ ପ୍ରାୟ ସଢ଼େ ୨ଟା ବେଳକୁ ସ୍କୁଲ୍‌ରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇ ପଡ଼ିଥିଲେ। ଖବର ପାଇଁ ପୁଲିସ୍‌ ଓ ସୁରକ୍ଷା ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲ୍‌କୁ ନେଇ ଯାଇଥିଲେ।

Related Posts

About The Author

Add Comment