ପୁରୀ, 30.01.2021 (ସନ୍ଧାନ ନିଉଜ୍):– ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଅସାବଧାନତା ବଶତଃ ଭାସିଯାଇ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଛନ୍ତି । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ଝାଡଖଣ୍ଡର ଦୀପକ କୁମାର । ଲାଇଫ୍ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଝାଡଖଣ୍ଡର ଦୀପକ କୁମାର ପରିବାରଲୋକଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଚକ୍ରତୀର୍ଥ ରୋଡ୍ ସମୁଦ୍ର ବେଳାଭୂମୀରେ ପରିବାରଲୋକଙ୍କ ସହ ସମୁଦ୍ରରେ ଗାଧୋଉଥିଲେ । ଏହି ସମୟରେ ଅସାବଧାନତା ବଶତଃ ଭାସିଯାଇଛନ୍ତି ଦୀପକ । ଦୀପକଙ୍କୁ ଉଦ୍ଧାର କରିବାକୁ ଲାଇଫ୍ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ
|
January 30, 2021 |



