ପୁରୀ:୧୪/୬ (ସନ୍ଧାନ ନିୟୁଜ) ଶ୍ରୀମନ୍ଦିର ହୁଣ୍ଡିରେ ଭକ୍ତଙ୍କ ଦାନ ସୁନାରୁ ୪କେଜି ସୁନା ହରିଲୁଟ ହୋଇଥିବା ଅଭିଯୋଗ ଆସିଛି ଶ୍ରୀଜଗନ୍ନାଥସେନା। ଏହାକୁ ନେଇ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସିଂହଦ୍ୱାର ଥାନା ଏତଲା ଦିଆଯାଇଛି। ୧୯୮୩ମସିହାରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ୧୮କେଜି ୨୩୧ଗ୍ରାମ ସୁନା ଦାନ କରିଥିବା ପ୍ରମାଣ ମିଳିଛି। ଏହା ମଧ୍ୟରୁ ୧୪କେଜି ୫୬୦ଗ୍ରାମ ସୁନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଷ୍ଟେଟବ୍ୟାଙ୍କ ଲକରରେ ରଖାଯାଇଛି। ଅବଶିଷ୍ଟାଂଶ ୪କେଜି ସୁନାର ହିସାବ ମିଳୁନାହିଁ। ଏଣୁ ଏହି ସୁନା ଚୋରି ଲୁଟ କିମ୍ବା ହଡପ ହୋଇଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଉପଯୁକ୍ତ ତଦନ୍ତ କରି ଏହାର ସତ୍ୟାସତ୍ୟ ପର୍ଦ୍ଦାଫାସ ପାଇଁ ଦାବି କରିଛି ସେନା। ଘଟଣା ସତ୍ୟତାକୁ ନେଇ ପ୍ରଥମେ ଯାଞ୍ଚ କରାଯିବ ବୋଲି ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି। ଏପଟେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଷ୍ଟର ପୋଡା ଯାଇଛି।
ପୁରୀ: ଶ୍ରୀମନ୍ଦିର ହୁଣ୍ଡି ଦାନରୁ ୪କେଜି ସୁନା ହରିଲୁଟ ପ୍ରସଂଗ: ଜଗନ୍ନାଥ ସେନାର ବିକ୍ଷୋଭ
|
June 14, 2018 |