Homeସହରକଟକପୁରୀ ଓ ଭୁବନେଶ୍ୱରରେ କେବେ ଆସିବ ବିଜୁଳି ? ଅନ୍ଧାରରେ ଶକ୍ତି ବିଭାଗ ପୁରୀ ଓ ଭୁବନେଶ୍ୱରରେ କେବେ ଆସିବ ବିଜୁଳି ? ଅନ୍ଧାରରେ ଶକ୍ତି ବିଭାଗ Manas Kumar Rout | May 7, 2019 | Spread the love ଭୁବନେଶ୍ୱର/ପୁରୀ ( ୭/୫ (ସନ୍ଧାନ ନିୟୁଜ) ଫୋନିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଓ ଭୁବନେଶ୍ୱର। ଏଠାରେ ବିଜୁଳି କେବେ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ । ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ଆଜି ପୁଣି ଆସନ୍ତାକାଲିକୁ ସମୟ ଗଡ଼ାଇ ସମାନ କଥା କହିଛନ୍ତି । ବିଜୁଳି ସଂଯୋଗରେ ବାଧକ ସାଜିଛି ମ୍ୟାନ୍ ପାଓ୍ୱାର। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ପୁରୀରେ କେବେ ବିଜୁଳି ଆସିବ ସେ କଥା କହିବା ସ୍ଥିତିରେ ନାହିଁ ଶକ୍ତି ବିଭାଗ। ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଜୁଳି ବିନା ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଲାଣି।ରାଜଧାନୀର ସବୁଠୁ ଗୁରୁତ୍ୱପୂର୍ଣ ସ୍ଥାନ ରାଜଭବନ ଛକ। ଫୋନି ଯିବାର ୭୨ ଘଣ୍ଟା ପରେ ବି ରାଜ୍ୟପାଳଙ୍କ ବାସଭବନ କଡରେ ପଡ଼ି ରହିଛି ଗଛ । ପଡ଼ି ରହିଛି ବିଜୁଳି ଖୁଣ୍ଟ। ଏମିତି ଗଳି କନ୍ଦିରେ ୧୦ ହଜାରରୁ ଅଧିକ ଖୁଣ୍ଟ ଭାଙ୍ଗିଛି । କିନ୍ତୁ ବିଡ଼ମ୍ବନା ହେଉଛି ଫୋନି ଯିବାର ତିନି ଦିନ ପରେ ବି ଖୁଣ୍ଟକୁ ସଳଖି ଠିଆ କରିବା ପାଇଁ କର୍ମଚାରୀଙ୍କ ଦେଖାନାହିଁ। ଏପଟେ ବିଜୁଳି ବ୍ୟବସ୍ଥା ସ୍ୱାଭାବିକ୍ କରିବାକୁ ସେସୁ କଣ୍ଟ୍ରୋଲ ରୁମରେ ଚାଲିଛି ଘନ ଘନ ବୈଠକ । ଆଜି ଖୋଦ୍ ଶକ୍ତି ସଚିବ ବିଭାଗର ଅନ୍ୟ ଅଧିକାରୀ ଓ ଏନଟିପିସିର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ।ସେପଟେ ଫୋନି ବିଧ୍ୱଂସ୍ତ ପୁରୀର ଚିତ୍ର ଆହୁରି ସଂଗୀନ । ତେବେ ଭୁଷୁଡି ପଡିଥିବା ଭିତ୍ତିଭୂମିକୁ ସଜାଡିବାକୁ ୧୦ ହଜାର କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୪ ହଜାର। ଟ୍ରେନସେବା ସ୍ୱାଭାବିକ୍ ହୋଇ ନଥିବାରୁ ଅନ୍ୟ ରାଜ୍ୟରୁ ବି କୁଶଳୀ ଶ୍ରମିକ ଆସିପାରୁନାହାଁନ୍ତି । ଏପରି ସ୍ଥିତିରେ ଆସନ୍ତା କାଲି ସୁଦ୍ଧା ଭୁବନେଶ୍ୱରର ୨୫ ପ୍ରତିଶତ ଉପଭୋକ୍ତାଙ୍କ ପାଖରୁ ବିଜୁଳି ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ । ମୋଟ ୮୮ ଟି ଫିଡର ମଧ୍ୟରୁ ୮ଟିକୁ ଆଜି ଚାର୍ଜ କରାଯାଇଥିବା ବେଳେ କାଲି ସୁଦ୍ଧା ଆଉ ୨୦ଟିକୁ ଚାର୍ଜ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ । ତେବେ ପୁରୀରେ ବିଦ୍ୟୁତ୍ ସେବା କେବେ ସ୍ୱାଭାବିକ୍ ହେବ ତାହା ଏବେ କହିବା ସମ୍ଭବ ନୁହେଁ। Related Posts ୱେବ ଚ୍ୟାନେଲ ଯାଜପୁର ନ୍ୟୁଜର ଦ୍ୱିତୀୟ ସ୍ୱନକ୍ଷତ୍ର ଦିବସ December 27, 2023 | Hemanta Bhainsa | ଅଧିକ ପଢନ୍ତୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତ ଗିରଫ February 1, 2021 | 2005lindadavis1989 | ଅଧିକ ପଢନ୍ତୁ ଜୟପୁରର ଏହି ମନ୍ଦିରରେ ଗତ ୧୭ ବର୍ଷ ହେଲା ପୂଜା ପାଉଛନ୍ତି ଜୀବନ୍ତ ନାଗସାପ November 22, 2019 | Manas Kumar Rout | ଅଧିକ ପଢନ୍ତୁ ପାକିସ୍ତାନୀ ହିନ୍ଦୁ ମହିଳା ହେଲେ ଭାରତରେ ସରପଞ୍ଚ January 18, 2020 | Biswajit Parida | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଜୟପୁରର ଏହି ମନ୍ଦିରରେ ଗତ ୧୭ ବର୍ଷ ହେଲା ପୂଜା ପାଉଛନ୍ତି ଜୀବନ୍ତ ନାଗସାପ November 22, 2019 | Manas Kumar Rout | ଅଧିକ ପଢନ୍ତୁ