ପୁଣି ଯାଜପୁରରୁ ଶିଶୁ ନିଖୋଜ, ଅପହରଣ ସନ୍ଧେହ

Spread the love

ଯାଜପୁର, ୨୬/୧୨(ସନ୍ଧାନ ନିୟୁଜ) ରାଜ୍ୟରେ ଶିଶୁ ନିଖୋଜ ଏବଂ ଅପହରଣ ଘଟଣା ରହସ୍ୟ ଭିତରେ ରହୁଥିବା ବେଳେ ଏହାକୁ ନେଇ ଅଙ୍ଗପ୍ରତଙ୍ଗ ଚୋରି ର୍ୟକେଟ କାର୍ଯ୍ୟ କରୁଥିବା ନେଇ ବେଶ ଚର୍ଚ୍ଚା ହୋଇଛି । ଯଦୁପୁରର ପରୀ ଘଟଣା ପରେ ଏହା ଏକ ପ୍ରକାରର ସମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଶିଶୁ ନିଖୋଜ ମାମଲା ବଢ଼ିବାରେ ଲାଗିଛି । ଯାପଜପୁର ପିହୁ ଘଟଣା ପରେ ବଡଚଣା ସୁଙ୍ଗୁଡା ରେଳ ଫାଟକ ଆଦିବାସୀ ବସ୍ତି ନିକଟରୁ ଏକ ୪ବର୍ଷର ପିଲା ଫିଲା ଅପହରଣ ହୋଇଥିବା ନେଇ ଧାନମଣ୍ଡଳ ପାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏବଂ ଦମକଳବାହିନୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଧା ଏପ୍ରର୍ଯ୍ୟନ୍ତ ତାର ପତ୍ତା ମିଳିନାହିଁ । ଅପହରଣ ହୋଇଥିବା ପିଲାର ନା ଚିଂଟୁ ଜୟ ପିତା ରାମ ଜୟ ବୟସ-୪ ବୋଲି ଜଣାପଡିଛି । ଶିଶୁର ପିତାଙ୍କ କହିବା ଅନୁଯାୟୀ ଗତକାଲି ଆଉ ଜଣେ ୬ବର୍ଷର ପିଲା ସହିତ ଖେଳୁଥିବା ବେଳେ ଏକ ଲୋକ ତାଙ୍କୁ ଆସି ଡାକିବା ସହିତ ବରା ଖାଇାବାକୁ ଦେଇଥିଲା ପରେ ଅଧିକ ଖାଇବାକ ଦେବାକୁ କହି ଦୁଇଜଣଙ୍କୁ ସୁଭଦ୍ରପୁରର ରାସ୍ତଦେଇ ନେଇକି ଯାଉଥିଲା । ଏପରକି ତା ନିକଟରେ ଆଉ ଏକ ଛୋଟ ଝିଅବି ରହିଥିଲା । ଦୁଇଜଣା ଯାଉଥିବା ବେଳେ ଚିଂଟୁକୁ ନେଇ ଟ୍ରେନ୍ ଲାଇନ ପାରି ହୋଇଯିବା ପରେ ଆର ପିଲାଟି ଟ୍ରେନ୍୍ ଯୋଗୁ ଅଟକି ରହିଗଲା । ପରେ ଆସି ଘଟଣା କହିବା ପରେ ବିଭିନ୍ନ ସ୍ଥାନରେ ପରିବାର ଲୋଖେ ଖୋଜି ନପାଇବା ପରେ ଶେଷର ଧାନମଣ୍ଡଳ ପାଣ୍ଡିରେ ଏତଲା ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ତାକୁ କେଉଁ ପରିସ୍ଥିତିରେ କିଏ ନେଲା ଏବଂ କଣ ପାଇଁ ନେଇଛି ତାହା ଏବେ ସନେ୍ଦହ ଘେରରେ । ତେବେ ନେଇଥିବା ଲୋକଟି କଳା ରଙ୍ଗର ହୋଇଥିବା ବେଳେ ଉଚ୍ଚତା ୪ଫୁଟର ହେବ ବୋଲି କୁହାଯାଉଛି । ନିଖୋଜ ଥିବା ଶିଶୁଟି ଏକ ଜିନ୍ସ ପ୍ୟାଂଟ ପିନ୍ଧିକରି ଯାଇଥିବା ପରିବାର ଲୋକେ କହିଛନ୍ତି । ତୁରନ୍ତ ପୋଲିସ ପ୍ରଶାସନ ନିଖୋଜ ଶିଶୁକୁ ଖୋଜିବା ପାଇଁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment