ପୁଣି ବ୍ୟାଙ୍କ୍‌ରେ ଭିଡ଼ ଜମିବ: ଡିସେମ୍ବର ୩୧ ସୁଦ୍ଧା ଗ୍ରାହକଙ୍କ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ବଦଳାଇବା ପାଇଁ ବ୍ୟାଙ୍କ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ୍‌

Spread the love

ନୂଆଦିଲ୍ଲୀ,   ୮/୧୧ (ସନ୍ଧାନ ନିୟୁଜ) : ଆପଣ ହୁଏତ ନିଜର କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ଅପଗ୍ରେଡ୍‌ କରନ୍ତୁ ବୋଲି ଗୁଡ଼ାଏ ବ୍ୟାଙ୍କ୍‌ ମେସେଜ୍‌ ପାଉଥିବେ। ହୁଏତ ତାହାକୁ ବିଶେଷ ଧ୍ୟାନ ବି ଦେଉନଥିବେ। ମାତ୍ର ଜାଣିରଖନ୍ତୁ ଯେ ଆପଣଙ୍କ ପୁରୁଣା କାର୍ଡ ଡିସେମ୍ବର ୩୧ ପର୍ଯ୍ୟନ୍ତ କାମ କରିବ। ଯଦି ଆଗରୁ ବଦଳାଇ ନାହାନ୍ତି ତେବେ ଏବେ ବଦଳାଇ ଦିଅନ୍ତୁ।

ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ବ୍ୟାଙ୍କ୍‌ଗୁଡ଼ିକୁ ଗ୍ରାହକମାନଙ୍କୁ ନୂଆ ୟୁରୋପେ, ମାଷ୍ଟରକାର୍ଡ, ଭିସା କାର୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଅନ୍‌ଲାଇନ୍‌ ଠକାମୀରୁ ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ତଦନ୍ତରୁ ଜାଣିବାକୁ ମିଳିଛି ଯେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ଗୋପନୀୟତା ରହିବା ଦ୍ୱାରା କେହି ସହଜରେ ଠକି ପାରିବେ ନାହିଁ। ଏହି ଯେଉଁ ନୂଆ ନିର୍ଦ୍ଦେଶ ଦିଆଯାଇଛି ତାହା ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ କାର୍ଡ ପାଇଁ ଉପଲବ୍ଧ।

ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଗ୍ରାହକଙ୍କ କାର୍ଡର ଅବଧି ୨୦୧୮ ମସିହା ଡିସେମ୍ବର ୩୧ ତାରିଖ ପରେ ଥିଲେ ବି ସେମାନେ ସୁରକ୍ଷା ପାଇଁ ତାହାକୁ ଦିଆଯାଇଥିବା ସମୟ ସୀମା ଭିତରେ ବଦଳାଇ ଦେବା ଉଚିତ।

Related Posts

About The Author

Add Comment