ପୁଣି ବଢିବ ଶୀତ: ଆସନ୍ତା ୨ ଦିନ ପ୍ରବଳ ଶୀତ..

Spread the love

ଭୁବନେଶ୍ୱର: (ସନ୍ଧାନ ନ୍ୟୁଜ )  ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆଗାମୀ ୨ ଦିନରେ ଆହୁରି କମିବ ତାପମାତ୍ରା। ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ମନୋରମା ମହାନ୍ତି କହିଛନ୍ତି,” ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ କମ୍ ରହିଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ପୁଣି ବଢିବ ଶୀତ। ଏହାସହ ଆସନ୍ତା ୨ ଦିନ ଯାଏଁ ଘନ କୁହୁଡିର ସମ୍ଭାବନା ଅଛି।

ଗତକାଲି  ରାଉଲକେଲା, ଭବାନୀପାଟଣା, ଫୁଲବାଣୀ, ସୋନପୁର, ଟିଟିଲାଗ, ଝାରସୁଗୁଡାରେ ଘନ କୁହୁଡି ଅନୁଭବ ହୋଇଥିବା ବେଳେ ଚିପିଲିମାରେ ୧୧.୭ ଡିଗ୍ରୀ ଏବଂ ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରି ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Related Posts

About The Author

Add Comment