କନ୍ଧମାଳ : ୧୦ /୧୨ /୨୫ (ସନ୍ଧନ ନ୍ୟୁଜ ) ପୁଣି କଳିଙ୍ଗା ଘାଟିରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଧାନ ବୋଝେଇ ଟ୍ରକ ଡିଭାଇଡରରେ ପିଟି ହୋଇଯାଇଛି । ଯାହା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜି. ଉଦୟଗିରି ଓ ଟିକାବାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଧାନ ବୋଝେଇ ଟ୍ରକଟି କନ୍ଧମାଳରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ନେଇ ସୂଚନା ରହିଛି । ଏନେଇ ଖବର ପାଇ ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
ପୁଣି କଳିଙ୍ଗା ଘାଟିରେ ଦୁର୍ଘଟଣା; ୩ ଗୁରୁତର ମେଡିକାଲରେ ଭର୍ତ୍ତି
|
December 10, 2025 |


