ଗାନ୍ଧିନଗର ,୧୪/୦୬ (ସନ୍ଧାନ ନିଉଜ) ବର୍ଷକର ଛୁଆଟିଏ। ଘର ଅଗଣାରେ ଖେଳୁଥିଲା। ହେଲେ ଖେଳରୁ ଖେଳରୁ ଘଟିଲା ଅଜବ କାଣ୍ଡ। ଛୋଟ ପିଲାଟିର ମୁଣ୍ଡରେ ପଶିଗଲା ପ୍ରେସରକୁକର। ଗୁଜରାଟର ଭାବନଗରରେ ଘଟିଛି ଏପରି ଅଭାବନୀୟ ଘଟଣା। ପିଲାଟିର ମୁଣ୍ଡକୁ କାଢିବା ପାଇଁ ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ। ହେଲେ କାଢି ପାରିନ ଥିଲେ। ଶେଷରେ ପ୍ରେସରକୁକର ସହ ପିଲାଟିକୁ ନେଇ ହସ୍ପିଟାଲରେ ପହଞ୍ଚିଲେ। ହେଲେ ସେଠାରେ ମଧ୍ୟ ଡାକ୍ତରୀ ଟିମ୍ ଫେଲ ମାରିଥିଲେ। ଶେଷରେ ବାସନ କାଟୁଥିବା ଲୋକଙ୍କୁ ଡାକିବା ପରେ ପିଲାଟିର ମୁଣ୍ଡକୁ ପ୍ରେସର କୁକର ଭିତରୁ ବାହାର କରାଯାଇ ପାରିଥିଲା।
ପିଲାଟି ମୁଣ୍ଡରେ ଗଳିଗଲା ପ୍ରେସରକୁକର; ମେଡିକାଲ ଫେରାଇଦେଲା ଆଉ ତାପରେ …
|
June 14, 2020 |