ବାଲିଗୁଡା, ୧୪/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ରଟିଙ୍ଗିଆ ପଞ୍ଚାୟତ ସାରଙ୍ଗଧରପୁର ଗ୍ରାମର ସମାଜସେବୀ ହୃଷିକେଶ ପ୍ରଧାନ କନ୍ଧମାଳଜିଲ୍ଲା ଅନ୍ତରଙ୍ଗର ଜିଲା ସଂପାଦକ ଭାବେ କାର୍ଯ୍ୟକରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ୍ କରିଛନ୍ତି। ନିଜର ସାମାଜସେବୀ ପାଇଁ ସେ ବିଭିନ୍ନ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଆଜି ତାଙ୍କର ଜନ୍ମଦିନ ଅବସରରେ ଝିମାଙ୍ଗିଆ, ଧାଙ୍ଗଡ଼ାମାହା ଓ ତଡ଼ାପଡ଼ା ଗ୍ରାମର ୭ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ୩୪ ଜଣ ସ୍କୁଲ ପିଲାଙ୍କୁ ଖାତା, ପେନ୍, ବହି, ପେନ୍ସିଲ୍ ଆଦି ବଣ୍ଟନ କରି ଏକ ଉଦାହାରଣ ସୃଷ୍ଟି କରିଛନ୍ତି। ଏଥି ସହିତ ଗ୍ରାମାଞ୍ଚଳର ପିଲାଙ୍କ ସହିତ ସାମିଲ୍ ହୋଇ କେକ୍ କାଟିବା ସହିତ ଚକଲେଟ୍, ବିସ୍କୁଟ୍ ଆଦି ମଧ୍ୟ ବଣ୍ଟନ କରିଛନ୍ତି। ହୃଷିକେଶଙ୍କ ଏଭଳି କାର୍ଯ୍ୟକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ପିଲାଙ୍କୁ ଖାତା କଲମ ବାଣ୍ଟି ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ
|
January 14, 2021 |


