ପିଡିଏସ ଚାଉଳ ଚୋରା ଚାଲାଣ ପ୍ରସଙ୍ଗ, ପରିବହନ ଠିକାଦାର ନିଲମ୍ବିତ

Spread the love

ଭଦ୍ରକ, ୨୫/୧୧/୨୦୨୦ (ସନ୍ଧାନ ନିଉଜ) ଭଦ୍ରକର ବହୁ ଚର୍ଚ୍ଚିତ ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଗୋଦାମ ଘର ନିକଟରୁ ଗତ ଗୁରୁବାର ଦିନ ଜନସାଧାରଣଙ୍କ ଦ୍ୱାରା ଧରାପଡିଥିବା ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଘଟଣାରେ ପରିବହନ ଠିକାଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜିଲାପାଳ ଡ. ଜ୍ଞାନ ଦାସ ନିଲମ୍ବିତ କରି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଅନୁରୂପ ତେସିଙ୍ଗା ଓ ରାଜେନ୍ଦ୍ରପୁର ପଂଚାୟତର ଦୁଇ ରିଟେଲରଙ୍କୁ ମଧ୍ୟ ଉପଜିଲାପାଳ ପୀତାମ୍ବର ସାମଲ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ମାଗିଥିବାର ଜଣାପଡିଛି । ଏଥିସହ ଭଣ୍ଡାରିପୋଖରୀ ପିଡିଏସ୍ ଚାଉଳ ପରିବହନ ଅତିରିକ୍ତ ଦାୟିତ୍ୱ ବାସୁଦେବପୁର ବ୍ଲକ୍‌ର ପରିବହନ ଠିକାଦାର ଗଣେଶ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ ଗୁରୁବାର ଦିନ ଧାମନଗର ଛକରେ ଥିବା ମନୋରଂଜନ ସେନାପତିଙ୍କ ପ୍ରାଇଭେଟ୍ ଏଣ୍ଟର ପ୍ରିମିୟର୍ସ ଗ୍ୟାରେଣ୍ଟି ଗୋଦାମରୁ ଭଣ୍ଡାରିପୋଖରୀର ତେସିଙ୍ଗା ପଂଚାୟତକୁ ଯାଉଥିଲା । ସେଠାରେ ଦକ୍ଷିଣବାଡ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ବୟାବନାପୁର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ରଣଜିତ ସରପଞ୍ଚ ମନୋଜ କୁମାର ନାୟକ, ନଗୁଆଁ ସମବାୟ ସମିତି ପୂର୍ବତନ ସଭାପତି ରମେଶ ଭାରତୀ, ୱାର୍ଡ ସଦସ୍ୟ ଶ୍ୟାମସୁନ୍ଦର ସେନାପତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଏତେ ପରିମାଣର ଚାଉଳ ପରିବହନ କାଗଜପତ୍ର ମାଗିଥିଲେ । ଚାଳକ ନିକଟରେ ଉପଯୁକ୍ତ କାଗଜପତ୍ର ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲା ଯୋଗାଣ ବିଭାଗ ଅଧିକାରୀ ରଂଜନ ସେଠ୍‌ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କେଦାର ନାଥ ନାୟକ, ସଦର ବ୍ଲକ ଯୋଗାଣ ଅଧିକାରୀ ଆନିବେସାନ୍ତ ସାହୁ ଓ ସ୍ଥାନୀୟ ଯୋଗାଣ ଅଧିକାରୀ ରେବତୀଶ ସିଂ ନାୟକ ସେଠାରେ ପହଞ୍ଚ ତଦନ୍ତ କରି ଏହାର ରିପୋର୍ଟ ଜିଲାପାଳଙ୍କୁ ଦେବାପରେ ସେ ଶ୍ରୀ ମହାପାତ୍ରଙ୍କୁ ଅର୍ଡର ନଂ ୪୪୯୫/ ତା ୨୪.୧୧.୨୦ ରିଖ ମୂଳେ ଗତକାଲି ନିଲମ୍ବିତ କରିଥିଲେ ।

Related Posts

About The Author

Add Comment