ଜେନାପୁର/୩୦/୦୫/ସନ୍ଧାନ ନିଉଜ୍) ରାଜ୍ୟସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବାକୁ ଅନେକ ଯୋଜନା କରୁଛନ୍ତି ସତ! ଖରାଦିନରେ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପିଇବା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ !ଏଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମପଞ୍ଚାୟତର ନୂଆ ତାଳଜଙ୍ଗ ଗ୍ରାମର ୪ ନମ୍ୱର ୱାଡ ! ଏହି ଗ୍ରାମାଟି ପାହାଡ଼ର ପାଦ ଦେଶରେ ରହିଛି !ଗାଁରେ ପ୍ରାୟ ୭୦ ରୁ ଉର୍ଦ୍ଧ ପରିବାର ତଥା ୪୦୦ ରୁ ଅଧିକ ଲୋକ ବସବାସ କରୁଛନ୍ତି !ଏପ୍ରଚଣ୍ଡ ଖରା ଦିନେ ବିଶୁଦ୍ଧ ପାଣି ଟୋପାଏ ପାଇବା ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି,ସତେ ଯେପରି ଯମ ଯନ୍ତ୍ରଣା ଶହ ସମାନ ! ଗ୍ରାମରେ ତିନି ଗୋଟି ନଳକୂପ ଅଛି,ନାଁ ଅଛି ପାଣି ନାଁ ହେଉଛି କାର୍ଯ୍ୟକାରୀ! କୂଅ, ପୋଖରୀ କଥା ନକହିବା ଭଲ, ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡ଼ିଥିବା ବୋରିଙ୍ଗ ଉପରେ ନିର୍ଭର କରୁଛନ୍ତି ଗ୍ରାମ ବାସୀ , ରଶି ଓ ଢାଳ ସାହାଯ୍ୟରେ ଟୋପେ ଟୋପେ ପାଣି ଆଣି ତୃଷ୍ନା ମେଣ୍ଟାଉ ଛନ୍ତି,ପିଇବା ପାଣି ପାଇଁ ଲୋକମାନେ ଓ ଗୃହ ପାଳିତ ପଶୁ ପକ୍ଷୀ ତ୍ରାହି ତ୍ରାହି ଡାକୁଥିବା ବେଳେ, ଏଠାରେ ପିଇବା ପାଣି ଟୋପାଏ ପାଇବା ପାଇଁ ସ୍ୱପ୍ନ ପରି ଲାଗୁଥିବା ମହିଳା ମାନେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ! ତୁରନ୍ତ ଯଦି ଜିଲ୍ଲା ପ୍ରଶାସନ ପିଇବା ପାଣିର ବ୍ୟବସ୍ଥା ନ କରନ୍ତି ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ଲାହିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି! ଏଠି ପାଣି ଟିକେ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଅଘୋର୍ ନିଦ୍ରାରେ ବ୍ଲକ୍ ପ୍ରଶାସନ, ତୁରନ୍ତ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବାକୁ ଅଞ୍ଚଳ ବାସୀଙ୍କ ଦାବି,
ପିଇବା ପାଣି ପାଇଁ ଡହଳ ବିକଳ ତାଳଜଙ୍ଗ ଗ୍ରାମ ବାସୀ, ଚିର ନିଦ୍ରାରେ ବ୍ଲକ ପ୍ରଶାସନ,ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ଦାବି
|
May 30, 2023 |