ଧର୍ମଶାଳା, ୨୮/୧୧ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ୍ ସୁନ୍ଦରିଆ ପଂଚାୟତ ହରିଦେଇପୁର ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନାମରେ ୨ ଲକ୍ଷ ଟଙ୍କା ହେର୍ଫେର୍ ହୋଇଛି । ଏନେଇ ଲୋକାୟୁକ୍ତଙ୍କ ବେଂଚରେ ସମିତି ସଭ୍ୟା ରିଲୁବେହୁରାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଗତ ଅକ୍ଟୋବର ୪ ତାରିଖରେ ଏହୱାଲ ନଂ ୪୧୪/୧୯ ରେ ଏକ କେଶ୍ ରୁଜ୍ଜୁ ହୋଇଥିଲା । ଏଥିରେ ସେ ପଂଚାୟତ ନିର୍ବାହୀ ଅଧିକାରୀ (ବିଡିଓ) ସହକାରୀ ଯନ୍ତ୍ରୀ ଓ ସରପଂଚଙ୍କୁ ପକ୍ଷଭୁକ୍ତ କରିଥିଲେ । ଏହାର ଶୁଣାଣି ନିମନ୍ତେ ଚଳିତ ମାସ ୨୮ ତାରିଖରେ ଉପରୋକ୍ତ ଅଧିକାରୀମାନଙ୍କୁ ଲୋକାୟୁକ୍ତଙ୍କ ନିକଟରେ ହାଜର ନିମନ୍ତେ ନୋଟିସ୍ ପ୍ରଦାନ କରାଯାଇଥିବା ଜଣାପଡିଛି । ସେହିପରି ବହୁଚର୍ଚ୍ଚିତ ପଂଚାୟତ ଆବାସ ଗୃହ ବଂଟନରେ ଚଘାଟଲା ଘଟଣାରେ ଲୋକୟୁକ୍ତ ଅଧ୍ୟକ୍ଷଙ୍କ କୋର୍ଟରେ ହୋଇଥିବା ମାମଲାରେ ଡିସେମ୍ବର ୨ ତାରିଖୋ ବିଡିଓ ହେମନ୍ତ କୁମାର ସ୍ୱାଇଁଙ୍କୁ ବ୍ୟକ୍ତଗତ ଭାବରେ ହାଜର ହୋଇ ପକ୍ଷ ରଖିବା ସହ ଆବଶ୍ୟକ କାଗଜପତ୍ର ଦାଖଲ ପାଇଁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଗତ ଅକ୍ଟୋବର ୩୧ ତାରିଖରେ ବିଡିଓ ତାଙ୍କ ପ୍ରତିନିଧିଙ୍କୁ କୋର୍ଟ ଦାଖଲ ପକ୍ଷ ରଖିଥିଲେ ମଧ୍ୟ ଏହାକୁ ଗ୍ରହଶ କରାଯାଇ ନଥିବା ଜଣାପଡିଛି ।
ପାନୀୟ ଜଳ ପ୍ରକଳ୍ପରେ ୨ ଲକ୍ଷ ଟଙ୍କା ହଡପ
|
November 28, 2019 |



