ଯାଜପୁର ସଦର, ୮/୦୯/୨୦୧୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ଦୁଇ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ, ପୋଲନିକଟରେ ଦୁଇ ଯୁବକଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ପାଣିକୋଇଲି ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ, ହତ୍ୟାକାରୀକୁ ଧରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବା ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ସାନସୋତି ଗ୍ରାମ ହୋଟେଲ ନିକଟରେ । ଏହି ହୋଟେଲ ନିକଟରେ ଥିବା ଏକ ପୋଲ ଉପରେ ଦୁଇ ଯୁବକଙ୍କର ଶବ ପଡ଼ିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ସକାଳୁ ଦୁଇ ଯୁବକଙ୍କ ଶବ ପଡ଼ିଥିବାର ଦେଖି ପାଣିକୋଇଲି ଥାନାକୁ ଖବର ଦିଆଯାଇଥିଲା । ପାଣିକୋଇଲି ପୋଲିସ ଶବକୁ ଜବତ କରି ପୋଷ୍ଟବଟମ ପାଇଁ ଯାଜପୁର ମେଡିକାଲକୁ ପଠାଇଥିଲେ । ଦୁଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ଏହା ହତ୍ୟା କରାଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପାଣିକୋଇଲ ପୋଲିସ ଏକ ହତ୍ୟାମାମଲା ରୁଜୁକରି ୨୩୮/୨୧ରେ ମାମଲା ରୁଜୁ ହୋଇଥିଲା । ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ, ଘଟଣା ସ୍ଥଳରେ ଯାଜପୁର ଏସ୍ପି ରାହୁଲ ପିଆର, ସନ୍ଧାନୀ କୁକୁର ତଦନ୍ତକାରୀ ଅଫିସର ଘଟଣା ସ୍ଥଳରେ ପହଁଞ୍ôଚଥିଲେ । କୁକୁର କିଛି ଦୂରରେ ଥିବା ମା ଚଣ୍ଡି ଏଜେନ୍ସି ନିକଟକୁ ଯାଇ ସେଠାରୁ ମଦ ବୋତଲ ପଡ଼ିଥିବା ଦେଖାଯାଇଚି । ତଦନ୍ତ ଟିମ ସ୍ଥାନୀୟ ମହେନ୍ଦ୍ରା ସୋରୁମର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଥିବା ବେଳେ, ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇଥିବା ସୁରାଗ ମିଳିବ ବୋଲି ଏହି ହତ୍ୟାକାଣ୍ଡର ଗୁମର ଫିଟିବ ବୋଲି ସ୍ପଷ୍ଟ ହୋଇଚି । ମୃତ ବ୍ୟକ୍ତିଙ୍କ ମୋବାଇଲକୁ ପୋଲିସ ଜବତ କରିବା ହସିତ ଯାଞ୍ଚ କରୁଚି । ପରିବାର ପକ୍ଷରୁ ପ୍ରେମ ଘଟଣାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହେଉଥିବା ବେଳେ, ଯାଜପୁର ଏସ୍ପି ରାହୁଲ ପିଆର ତିକ୍ଷ୍ଣ ନଜର ହତ୍ୟାକାଣ୍ଡ ଉପରେ ରଖିଥିବା ବେଳେ, ହତ୍ୟାକାରୀକୁ ଧରାଯିବ ବୋଲି ପୋଲିସ ଆଶା ବାନ୍ଧି ବସିଚି । ଏଠାରେ ସୂଚନା ଯୋଗ୍ୟ ଯେ, ୧୬ନଂ ଜାତୀୟ ରାଜପଥ ନିର୍ମାଣଧିନ ପୋଲ ଉପରେ ଦୁଇ ଯୁବକଙ୍କ ମୃତ ଦେହ ପଡ଼ିବା ସହିତ ଏକ ହିରୋହୋଣ୍ଡା ବାଇକ ଗାଡ଼ି ନଂ- ଓଡି୦୪ସି୮୩୦୮ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଏହି ବାଇକକୁ ଜବତ କରିବା ସହିତ ଏକ ପଲିଥିନରେ ରଖାଯାଇଥିବା ଟିଫିନ ମଧ୍ୟରେ ମୋବାଇଲ ଚାର୍ଜର ଓ କିଛି ସିନ୍ଦୁର ପ୍ୟାକେଟକୁ ପୋଲିସ ଜବତ କରିଚି । ଏହି ଯୁବକ ଦୁଇଜଣ ହେଲେ ପାଣିକୋଇଲ ଥାନା ଜହ୍ନାଗ୍ରାମର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ(୨୩), ଏବା ତାଙ୍କ ସାଙ୍ଗ ନିଳମଣୀ ଦାସଙ୍କ ପୁଅ ମାନସ ଦାସ(୨୮) ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଚି । ପାଣିକୋଇଲ ପୋଲିସ ଅଣଦେଖା କରିଥିବା ବେଳେ, ପାଣିକୋଇଲ ଥାନା ଘେରାଉ କରିଥିଲେ ।




