ପାଞ୍ଚପଡା ଗାଁରେ ଘୁର୍ଣ୍ଣିଝଡ ସାଙ୍ଗରେ ପ୍ରବଳ ବର୍ଷା

Spread the love

ଚାନ୍ଦବାଲି,୨୪/୧୦ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପ୍ରବଳ ବର୍ଷା ସାଙ୍ଗକୁ ଘୂଣ୍ଣିଝଡର ତାଣ୍ଡବ ଦେଖିବାକୁ ମିଳିଛି।ଚାନ୍ଦବାଲି ପାଞ୍ଚପଡା ଗାଁରେ ଏହି ଘୂଣ୍ଣିଝଡ ପ୍ରବାହରେ ଘରଦ୍ବାର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ , ତାର ଓ ଟ୍ରାନ୍ସଫର୍ମର ମଧ୍ୟ ଉପୁଡି ପଡିଛି।ସକାଳ ପ୍ରାୟ ୮ଟା ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ଜୋରରେ ପବନ ବୋହି ଏକ ଘୂଣ୍ଣି ଝଡର ରୂପ ନେଇଥିଲା।ମାତ୍ର କେତୋଟି ମିନିଟ ମଧ୍ୟରେ ତାରଖୁଣ୍ଟି ସହ ଘରଦ୍ବାର,ବଡବଡ ଗଛ ଉପାଡି ଦେଇଛି।ଏହି ଘୂଣ୍ଣିଝଡରେ ଜନଜୀବନ କ୍ଷତି ହୋଇ ନ ଥିଲେ ବି ବହୁ ପରିମାଣରେ କ୍ଷତି ହୋଇଥିବା ଜଣାପଡିଛି।

Related Posts

About The Author

Add Comment