ପାକ୍‌ ନୌସେନାର ଅଭିଯୋଗ; ଭାରତୀୟ ନୌସେନାର ସବ୍‌ମେରିନ୍‌ ପଶି ଆସଥିଲା ପାକ୍‌ ଜଳସୀମା ମଧ୍ୟକୁ: ଅଭିଯୋଗର ସତ୍ୟତା ପ୍ରମାଣିତ କରିବାକୁ ଜାରି କଲା ଭିଡିଓ

Spread the love

ଇସ୍‌ଲାମାବାଦ,୫/୩ (ସନ୍ଧାନ ନିୟୁଜ) : ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଏବେ ଉଭୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ପରିସ୍ଥିତିରେ ପାକିସ୍ତାନର ନୌସେନା ଆଜି ଭାରତ ବିରୋଧରେ ଏକ ନୂଆ ଅଭିଯୋଗ ଆଗତ କରି କହିଛି ଯେ ଭାରତୀୟ ନୌସେନାର ଏକ ସବ୍‌ମେରିନ୍‌ (ବୁଡ଼ାଜାହାଜ) ପାକିସ୍ତାନର ଜଳସୀମା ମଧ୍ୟକୁ ଗତ ସୋମବାର ଦିନ ପଶି ଆସିଥିଲା। ତେବେ, ଏସଂପର୍କରେ ଭାରତୀୟ ସବ୍‌ମେରିନ୍‌କୁ ପାକିସ୍ତାନ ନୌସେନା ପକ୍ଷରୁ ଚେତାବନୀ ଦିଆଯିବା ପରେ ସେ ଫେରି ଯାଇଥିବା ପାକ୍‌ ନୌସେନା ଦାବି କରିଛି। ତେବେ, ‘ଶାନ୍ତି’କୁ ଆଉଥରେ ସୁଯୋଗ ଦେବା ପାଇଁ ପାକ୍‌ ନୌସେନା ଭାରତୀୟ ନୌସେନାର ସବ୍‌ମେରିନ୍‌ ଉପରେ ଆକ୍ରମଣ କରି ନଥିବା ସଫେଇ ଦେଇଛି।

ପାକ୍‌ ନୌସେନା ନିଜର ଅଭିଯୋଗକୁ ସତ୍ୟ ପ୍ରମାଣିତ କରିବା ପାଇଁ ଏହି ଘଟଣାର ଏକ ଭିଡିଓ ଫୁଟେଜ୍‌ ମଧ୍ୟ ଜାରି କରିଛି। ଏହି ଭିଡିଓ ଫୁଟେଜ୍‌ଟି ମାର୍ଚ୍ଚ ୪ ତାରିଖ (ସୋମବାର) ୨୦ଟା ୩୫ରେ ରେକର୍ଡିଂ ହୋଇଥିବା ଦାବି କରିଛି ପାକ୍‌ ନୌସେନା। ତେବେ, ପାକିସ୍ତାନର ଏ ଅଭିଯୋଗ ସଂପର୍କରେ ଭାରତ ପକ୍ଷରୁ ଏଯାବତ୍‌ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

Related Posts

About The Author

Add Comment