ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତଳିକା ଦାହ
ବାରବାଟୀ, ୧୨/ ୮ (ସନ୍ଧାନ ନିୟୁଜ୍/ କୁନାଲ୍) ଆଜି ବାରବାଟୀ ଗଣେଶ ବଜାର ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଓ ପାକିସ୍ତାନ ମୃଦାବାଦ ହିନ୍ଦୁସ୍ତାନ ଜିନ୍ଦାବାଦ ନାରାରେ ବଜାର କମ୍ପିଉଠିଥିଲା । ଗଣେଶ ବଜାର ଛକଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଙ୍କ କୁଶ ପୁତଳିକା ପୋଡା ଯାଇଥିଲା । ଏଥିରେ ବହୁ ଜନ ସାଧାରଣ ଯୋଗଦେଇଥିଲେ । ଏଥିରେ ଭାରତୀୟ ଜନତା ପାର୍ଟି ଅଖିଳ ଭାରତୀୟ ହିନ୍ଧୁ ମହାସଭା ଓ ଭାରତୀୟ ମଜଦୁର ସଂଙ୍ଘ ମିଳିତ ଭାବେ କାର୍ଯ୍ୟକ୍ରମ ତୁଲାଇଥିଲେ । ଏଥିରେ ହିନ୍ଧୁ ସ୍ୱରାଜ୍ୟ ସେନାର ସମ୍ପାଦକ ନାରାୟଣ ରଥ ଓ ଧୀରେନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ପଣ୍ଡା, ଇଶ୍ୱର ପ୍ରଧାନ, ଗୁରୁଚରଣ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Related Posts
About The Author