ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ବିଜେପି ଜାରି କଲା ୪୦ଟି ଷ୍ଟାର ପ୍ରଚାରକଙ୍କ ତାଲିକା

Spread the love

ପଶ୍ଚିମବଙ୍ଗ, : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତିକ ପରିବେଶ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଏହି ପରିସ୍ଥିତିରେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରାଯାଇଛି  ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପାର୍ଟି ଅଧ୍ୟକ୍ଷ ଜେ. ପି. ନଡ୍ଡା ଙ୍କ ଭଳି ପ୍ରମୁଖ ନେତାମାନେ ସାମିଲ ଅଛନ୍ତି । ଏହା ସହ ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟନାଥ ଓ ହିମନ୍ତ ବିଶ୍ୱ ଶର୍ମା ଙ୍କ ଭଳି ନେତାମାନେ ମଧ୍ୟ ପ୍ରଚାର ମଞ୍ଚରେ ଦେଖାଯିବେ ।ବିଶେଷ କଥା ହେଉଛି, ରାଜନୀତି ସହିତ ସିନେମା ଓ କ୍ରୀଡ଼ା ଜଗତର ଚେହେରାମାନେ ମଧ୍ୟ ଏହି ତାଲିକାରେ ଅଛନ୍ତି । ମିଥୁନ ଚକ୍ରବର୍ତି , କଙ୍ଗନା ରଣବତ୍ , ମନୋଜ ତିୱାରୀ, ଓ ହେମା ମାଳିନୀ ଙ୍କ ଭଳି ମୁହଁମାନେ ପ୍ରଚାରରେ ନୂଆ ଆକର୍ଷଣ ଆଣିବେ ।ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଚବିହାରରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି । ରାଜନୀତିକ ବିଶ୍ଳେଷକମାନଙ୍କ ମତ ଅନୁସାରେ, ବିଜେପିର ଏହି ଭାରି ଷ୍ଟାର ପ୍ରଚାରକ ତାଲିକା ପଶ୍ଚିମବଙ୍ଗରେ ଭୋଟ ଯୁଦ୍ଧକୁ ଆହୁରି ରୋମାଞ୍ଚକର କରିଦେବ । ଏବେ ଦେଖିବାକୁ ବାକି ରହିଲା ଯେ, ଏହି ରଣନୀତି କେତେଦୂର ପର୍ଯ୍ୟନ୍ତ ମମତାଙ୍କୁ ପ୍ରଭାବିତ କରିପାରେ ।

Related Posts

About The Author

Add Comment