ଭୁବନେଶ୍ଵର, ୧୬/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): ବ୍ରହ୍ମପୁରର ଏକ ମଦ ଦୋକାନ ଉପରେ ଲକ୍ଷେ ଟଙ୍କା ଫାଇନ୍। ଦୋକାନ ଆଗରେ ପଡ଼ିଥିବା କାରଣରୁ ଏହି ଫାଇନ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ଗୁରୁବାର ସକାଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲରେ ବୁଲି ସଫେଇ କାର୍ଯ୍ୟର ତଦାରଖ କରିବାକୁ ପାଇଁ ବାହାରିଥିଲେ। ଏହି ସମୟରେ ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବାରୁ ଫାଇନ୍ ଲଗାଇଛନ୍ତି। ଏଥିସହ ସହରରେ ଥିବା ଅନ୍ୟ ୪ଟି ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି।