ଜେନାପୁର,୧୨/୦୩(ସନ୍ଧାନ ନ୍ୟୁଜ୍) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧିନ ବାଲିଯାତ୍ରା ପଡିଆସ୍ଥିତ ଗୋପବନ୍ଧୁ ସ୍ମୃତିପୀଠ ପରିସରରେ ଉତ୍କଳମଣି ସେବା ସଙ୍ଗଠନ ପକ୍ଷରୁ ପଲଥିନ୍ ମୁକ୍ତ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ସେବା ସଙ୍ଗଠନର ସଦସ୍ୟ ଡା. ପ୍ରମୋଦ କୁମାର ପାତ୍ରଙ୍କ ଆହ୍ୱନ କ୍ରମେ ଆରମ୍ଭ କରାଯାଇଥିଲା । ଆଜିର ଏହି ବୈଠକରେ ସଭାପତି ଲୋକନାଥ ପୁରୀ ସଭାପତିତ୍ବ କରିଥିଲେ । ଏହି ଅଭିଯାନ ଆସନ୍ତା ୨୨ ତାରିଖରେ ଜେନାପୁର ପଞ୍ଚାୟତ ଓ ବୃନ୍ଦାଦେଈପୁର ପଞ୍ଚାୟତର ୨୯ଟି ୱାର୍ଡର ବିଭିନ୍ନ ଗାଁଗାଁରେ ପଦଯାତ୍ରା କରାଯାଇ ପଲିଥିନର ବ୍ୟାବହାର ଦ୍ୱାରା ପରିବେଶର କିପରି ପ୍ରଭାବ ପକାଇଥାଏ ତାହା ସଚେତନତା କରିଯିବା ସହ ଛକ ସ୍ଥାନରେ ଅଳିଆ କୁଣ୍ତ ରଖାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମଧ୍ୟ ଜେନାପୁର ସରକାରୀ ହାଇସ୍କୁଲ୍ ର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଆଗାମୀ ଦିନରେ ଜେନାପୁର ମା’ହିଙ୍ଗୁଳା ମନ୍ଦିର ଉତ୍ସବ ନିମନ୍ତେ ଅଳିଆ କୁଣ୍ତ ବ୍ୟାବହାର ପାଇଁ ଯାତ୍ରାରେ ସଚେତନ କରିବା ସହ ଷ୍ଟଲ୍ ମଧ୍ୟ ଖୋଲା ଯିବାର ଆଲୋଚନା ହୋଇଥିଲା । ଯେଉଁ ବଦ୍ୟାନ୍ୟ ବ୍ୟକ୍ତି ଅଳିଆ କୁଣ୍ତ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିବେ ତାଙ୍କ ନାମ କୁଣ୍ତରେ ଲେଖାଯିବା ପ୍ରସ୍ତାବ ପାରିତ ହୋଇଥିଲା । ଏହି ବୈଠକରେ ଉପସଭାପତି ମାନସ ମହାନ୍ତି,ସମ୍ପାଦକ ମହେଶ୍ୱର ଖଟୁଆ,ସହସମ୍ପାଦକ ପ୍ରହଲ୍ଲାଦ ପାତ୍ର,କୋଷାଧ୍ଯକ୍ଷ ରାମଚନ୍ଦ୍ର ମହାନ୍ତି , ଯୁଗ୍ମ କୋଷାଧ୍ଯକ୍ଷ କୁନିଲ ରାଉତ,ସଂଯୋଜକ ନିଷ୍କାନ୍ତ ଖଟୁଆ , ଉପଦେଷ୍ଟା ରଘୁନାଥ ଶତପଥୀ ,ଅର୍ଜୁନ ଦାସ,ପ୍ରତାପ ଚନ୍ଦ୍ର ଦାସ, ରବିନାରାୟଣ ଦାସ, ବିଷ୍ଣୁଚରଣ ଓଝା,ପ୍ରମୋଦ ମଲ୍ଲିକ୍, କ୍ଷେତ୍ରବାସୀ ରାଉତ, ସୁଦର୍ଶନ ପ୍ରଧାନ, ସଦସ୍ୟ ବିଭୁତି ପ୍ରସାଦ ଦାସ, କ୍ଷିରୋଦ ଦଳାଇ,ରୁଦ୍ର ରଞ୍ଜନ ଓଝା,ଅଶୋକ ଦାସ,ପ୍ରମୋଦ ଭୋଇ,ଆଲୋକ ପଟ୍ଟନାୟକ,ସୁରେନ୍ଦ୍ର ଦାସ ଓ ଆଲୋକ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।
ପଲଥିନ୍ ମୁକ୍ତ ଅଭିଯାନ ନିମନ୍ତେ ପ୍ରସ୍ତୁତି
|
March 12, 2026 |



