କେନ୍ଦ୍ରାପଡ଼ା:୨୨/୦୭ (ସନ୍ଧାନ ନ୍ୟୁଜ୍) -: କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅର୍ନ୍ତଗତ ରାଇସରପୁର ଗ୍ରାମର ଦଳିତ ପରିବାର ଭରତ ମଳିକଙ୍କ ଘର ଭାଙ୍ଗି ସେମାନଙ୍କୁ ବେଘର କରିଥିବାରୁ ଆଇନ୍ଜୀବୀ ତଥା ଅଖିଳ ଭାରତ କଂଗ୍ରେସ କମିଟିି ସଦସ୍ୟ ହଳଧର ସେଠୀଙ୍କ ସହାୟତାରେ କେନ୍ଦ୍ରାପଡ଼ା ଅଦାଲତରେ ତହସିଳଦାର ଓ ରାଜସ୍ୱ ନିରୀକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭରତଙ୍କ ପତ୍ନୀ ରିତା ମଲ୍ଲିକ ଏହି ମାମଲା ସଂଖ୍ୟା୨୩/୨୦୨୧ ରୁଜୁ କରିଛନ୍ତି । ଭାରତୀୟ ପିଙ୍ଗଳ କୋଡ୍ର ଦଫା୨୯୪, ୩୨୩, ୪୫୨, ୪୫୫, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ଆଇନ ଧାରା ୩-ର ବିଭିନ୍ନ ଉପଧାରା ସମେତ ସରକାରୀ କାର୍ଯ୍ୟ ସଂଚାଳନାରେ ଅବହେଳା ଧାରା ୪ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ ଭରତ ମଳିକଙ୍କ ବାପା ସ୍ୱର୍ଗତ ଧରଣୀଧର ମଲିକଙ୍କର ପେତୃକ ସମ୍ପତ୍ତି ବା ଜମି ଘର ତିଆରି ପାଇଁ ଯଥେଷ୍ଟ ନଥିବା ଯୋଗୁଁ ତାଙ୍କ ପରିବାର ଲୋକେ ରାଇସରପୁର ମୈାଜାର ସରକାରୀ ଜମି ଖାତା ନଂ ୧୭୩ ପ୍ଲଟ ନଂ ୭୮ ଅନ୍ତର୍ଗତ ୮ ଡିସମିଲ ପରିମିତ ଏରିଆକୁ ଦଖଲ କରି ଘର କରି ରହିଆସୁଥିଲେ । ଗତ ୪୦ ବର୍ଷ ପୂର୍ବରୁ ସେମାନେ ଏହି ଘର କରିଥିବା ବେଳେ ତହସିଲ ତରଫରୁ ଜବରଦଖଲ ମାମଲା ନଂ ୫୮୪/୨୦୨୧ ଓ ନଂ ୩୫୨/୨୦୦୬ ମଧ୍ୟ ରୁଜୁ ହୋଇଥିଲା । ସେମାନଙ୍କର ଏହି ଜବରଦଖଲ ନେଇ ଆଳି ସିଭିଲ କୋର୍ଟରେ ମଧ୍ୟ ମାମଲା ନଂ ୩/୨୦୨୧ ବିଚାରାଧିନ ଅଛି । ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଭିନ୍ନ ମାମଲାର ନିର୍ଦ୍ଦେଶ ମୁତାବକ କରୋନ ମହାମାରୀ ଏବଂ ବିଭିନ୍ନ ବିପତ୍ତି ସମୟରେ କୈାଣସି ଲୋକଙ୍କ ଘର ଭାଙ୍ଗିବା ପୂର୍ବରୁ ସେମାନଙ୍କୁ ପୁନଃ ଥଇଥାନ କରାଯିବାର ନିୟମ ରହିଛି । ଅଥଚ ଅଭିଯୋଗକାରୀଙ୍କର ଏକମାତ୍ର ବାସଗୃହକୁ ଗତ ଏପ୍ରିଲ ୨୩ ସକାଳେ ବିନା ଥଇଥାନରେ ଭଙ୍ଗାଯିବା ଏକ ଅପରାଧିକ କାର୍ଯ୍ୟ ବୋଲି ଦର୍ଶାଯାଇଛି । ଗ୍ରାମବାସୀଙ୍କ କ୍ଲବଘର, ଯଜ୍ଞଘର ଓ ହନୁମାନ ମନ୍ଦିର ଏହି ଜମିର ଉପର ଭାଗରେ ଥିବାବେଳେ ଅଭିଯୋଗକାରୀ ଦଳିତ ପରିବାର ହୋଇଥିବାରୁ ତାଙ୍କ ଘର କାହିଁକି ଭାଙ୍ଗି ଦିଆଗଲା ବୋଲି ଅଭିଯୋଗର ଦର୍ଶା ଯାଇଛି,
ପରିବାରକୁ ବେଘର ଘଟଣା: ତହସିଲଦାରଙ୍କ ବିରୋଧରେ ମାମଲା
|
July 22, 2021 |
