ପରଲୋକରେ, ଯାତ୍ରାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଜ୍ଞାନ ରଞ୍ଜନ ସାହୁ

Spread the love

ଭୁବନେଶ୍ୱର, ୬/୧/୨୬  (ସନ୍ଧାନ ନ୍ୟୁଜ) : ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି | ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯୁବ କଳାକାର ରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଛି । ସେ ଲିଭର ଜଣ୍ଡିସ ଜନିତ ରୋଗରେ ଆକ୍ରାନ୍ତ ଥିଲେ । କାଲି ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଗୁରୁତର ସମସ୍ୟା ଦେଖାଯିବାରୁ ଢେଙ୍କାନାଳର ଭୁବନ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ତାଙ୍କର ଅଭିନୟ କରିବାର ଯାତ୍ରା ତୁଳସୀ ଗଣନାଟ୍ୟରୁ ହିଁ ଆରମ୍ଭ କରିଥିଲେ | ନିଜର ନିଖୁଣ ଅଭିନୟ ଏବଂ ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକ ମାନଙ୍କ ଠାରୁ ଢେର ପ୍ରସଂଶା ସାଉଁଟି ଥିଲେ  ସେ ଅନେକ ସୁପରହିଟ ନାଟକରେ ଅଭିନୟ କରିଥିଲେ | ସେ, ଖରାପ ଝିଅର ଗପ, ଶ୍ୱଶୁର ଘରକୁ ଶହେ ସଲାମ, କେତେ ଦୁଃଖ ଦେବୁ ଦେ ରେ କାଳିଆ ଭଳି ଅନେକ ସୁପରହିଟ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ତୁଳସୀ ଗଣନାଟ୍ୟରୁ କ୍ୟାରିୟର ଆରମ୍ଭ କରି କ୍ରମେ ସ୍ଵର୍ଣ୍ଣ ମହଲ, ଧଉଳି ଗଣନାଟ୍ୟ ଭଳି ପ୍ରମୁଖ ଯାତ୍ରା ଅନୁଷ୍ଠାନରେ ନିଜର ଅଭିନୟ ମାଧ୍ୟମରେ ନିଜର ବିଶେଷ ପରିଚୟ ସୃଷ୍ଟି କରିପାରିଥିଲେ | ରଞ୍ଜନ ସାହୁଙ୍କ ପୂର୍ବରୁ ତିନି ଜଣ ବରିଷ୍ଠ କଳାକାରଙ୍କର ମଧ୍ୟ ଦେହାନ୍ତ ହୋଇ ସାରିଛି | ଯାତ୍ରା ଜଗତରୁ ଜଣଙ୍କ ପରେ ଜଣେ ବିଶିଷ୍ଟ କଳାକାରଙ୍କର ଦେହାନ୍ତ ଘଟିବା ଘଟଣାରେ ସାରା ଯାତ୍ରା ମହଲରେ ଶୋକର ଛାୟା ଖେଳି ଯାଇଛି  ଗତ ନଭେମ୍ବର ମାସର ଆରମ୍ଭରେ, ଯାତ୍ରା ଜଗତର ବରିଷ୍ଠ କଳାକାର ଦେବୀ ରଥଙ୍କର ଦେହାନ୍ତ ହୋଇଥିବା ବେଳେ ଡିସେମ୍ବର ଆରମ୍ଭରେ ଗୁରୁ ପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ ଏ ଦୁନିଆ ଛାଡି ଆର ପାରିକୁ ଚାଲିଯାଇଥିବାବେଳେ ଡିସେମ୍ବର ଶେଷ ଆଡକୁ ନାଟକରେ କମେଡି ରୋଲରେ ଅଭିନୟ କରୁଥିବା ବୁଧିଆ ନନା ବି ଚାଲିଯାଇଥିଲେ | ଏଥିରେ ସାରା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯିବ ସହିତ ଯାତ୍ରା ପ୍ରେମୀଙ୍କୁ ଗଭୀର ଆଘାତ ମିଳିଛି |

Related Posts

About The Author

Add Comment