ବରଗଡ ୨୬/୯/୨୬ (ସନ୍ଧାନ ନ୍ୟୁଜ) ଭାରତର ଜାତୀୟ ଚେତନା ଓ ସ୍ୱାଧୀନତା ଆନ୍ଦୋଳନର ପ୍ରେରଣାର ପ୍ରତୀକ ‘ବନ୍ଦେ ମାତରମ୍’ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବର୍ଷବ୍ୟାପୀ ସ୍ମାରକ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ‘ବନ୍ଦେ ମାତରମ୍’ ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦେଶାତ୍ମବୋଧକ ଗୀତ ‘ବନ୍ଦେ ମାତରମ୍’କୁ ସମ୍ମାନ ଜଣାଇଥିଲେ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ଏହି ଐତିହାସିକ ଗୀତ ୧୮୭୫ ମସିହାରେ ପ୍ରକାଶ ପାଇଥିଲା। ଏହାର ୧୫୦ତମ ବର୍ଷ ପୂର୍ତ୍ତିକୁ ସାରା ଦେଶରେ ବିଭିନ୍ନ ସାଂସ୍କୃତିକ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି। ଏହି ଅବସରରେ ‘ବନ୍ଦେ ମାତରମ୍’ର ଐତିହାସିକ ମହତ୍ତ୍ୱ ଓ ଦେଶର ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକାକୁ ସ୍ମରଣ କରାଯାଇଥିଲା।
ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ



