କଟକ, ୨୩/୭ (ସନ୍ଧାନ ନିଉଜ) : ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତ ୧୫ଟି ପଦକରେ ଅଭିଯାନ ଶେଷ କରିଛି। ସେଥିମଧ୍ୟରେ ୭ଟି ସ୍ବର୍ଣ୍ଣ, ୪ ରୌପ୍ୟ ଓ ୪ କା˚ସ୍ୟ ପଦକ ଅନ୍ତର୍ଭୁକ୍ତ। ତେବେ ପ୍ରତ୍ୟେକ ବିଭାଗରେ ଭାରତୀୟ ଖେଳାଳି ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଥମରୁ ଦଳଗତ ବିଭାଗରେ ଭାରତୀୟ ପୁରୁଷ ଓ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ରବିବାର ମିଶ୍ରିତ ଯୁଗଳରେ ୧ ସ୍ବର୍ଣ୍ଣ ଓ ୨ କା˚ସ୍ୟ ପଦକ ଭାରତ ପାଖକୁ ଆସିଥିଲା। ଶେଷ ଦିନରେ ଉଭୟ ଯୁଗଳ ଓ ଏକକରେ ଭାରତୀୟ ଖେଳାଳି ପଦକ ପୋଛି ନେଇଛନ୍ତି। ଏହାବ୍ୟତୀତ ସିଙ୍ଗାପୁର ଦ୍ବିତୀୟ ସର୍ବାଧିକ ଭାବେ ୬ ପଦକ ପାଇଥିବା ବେଳେ ଇ˚ଲଣ୍ଡ ୫, ମାଲେସିଆ ଓ ନାଇଜେରିଆ ଗୋଟିଏ ଲେଖାଏଁ ପଦକ ଜିତିଛନ୍ତି। ଗତ ୨୦୧୫ ସ˚ସ୍କରଣରେ ଭାରତ ସର୍ବାଧିକ ୧୬ ପଦକ ପାଇଥିଲା ବେଳେ କଟକରେ ପଦକ ସ˚ଖ୍ୟା ଦ୍ବିତୀୟ ସ୍ଥାନରେ ରହିଛି। ସୁରଟରେ କେବଳ ମିଶ୍ରିତ ଯୁଗଳ ଓ ପୁରୁଷ ଯୁଗଳରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। କିନ୍ତୁ କଟକରେ ସମସ୍ତ ବିଭାଗରେ ଭାରତ ସ୍ବର୍ଣ୍ଣ କବ୍ଜା କରିଥିଲା।
ଜବାହରଲାଲ୍ ନେହେରୁ ଇେଣ୍ଡାର ଷ୍ଟାଡିୟମରେ ଶେଷ ଦିନରେ ଅନୁଷ୍ଠିତ ମହିଳା ଏକକ ଫାଇନାଲ୍ରେ ଅହିକା ମୁଖାର୍ଜୀ ୪-୦ (୧୧-୬, ୧୧-୪, ୧୧-୯, ୧୯-୧୭)ରେ ମଧୁରିକା ପାଟକରଙ୍କୁ ପରାସ୍ତ କରି ନୂଆ ବିଜେତା ହୋଇଥିଲେ। ସେହିପରି ପୁରୁଷ ଏକକରେ ହରମୀତ ଦେଶାଇ ୪-୩ (୯-୧୧, ୬-୧୧, ୧୧-୫, ୧୧-୮, ୧୭-୧୫, ୭-୧୧, ୧୧-୯) ରେ ଜି.ସାଥିଆନ୍ଙ୍କୁ ହରାଇ ପ୍ରଥମ ଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସକାଳେ ଖେଳାଯାଇଥିବା ମହିଳା ଏକକ ସେମିଫାଇନାଲ୍ରେ ଅହିକା ୪-୧ରେ ଟିନ୍ ଟିନ୍ ହୋଙ୍କୁ ଓ ମଧୁରିକା ୪-୧ରେ ଶ୍ରେଜା ଅକୁଳାଙ୍କୁ ହରାଇଥିବା ବେଳେ ପୁରୁଷ ଏକକ ସେମିଫାଇନାଲ୍ରେ ଜି.ସାଥିଆନ୍ ୪-୦ରେ ଥୋମାସ ଜାର୍ଭିସ୍ଙ୍କୁ ଓ ହରମୀତ ଦେଶାଇ ୪-୧ରେ କେଓନ ପାଙ୍ଗଙ୍କୁ ହରାଇଥିଲେ।
ମହିଳା ଯୁଗଳ ଫାଇନାଲ୍ରେ ପୂଜା ଶହସ୍ରବୁଦ୍ଧେ-ସିହ୍ନାରଏ କ୍ରିତ୍ବିକାଙ୍କ ଯୋଡ଼ି ୩-୧ (୧୧-୯, ୧୧-୮, ୯-୧୧, ୧୨-୧୦)ରେ ଶ୍ରେଜା ଅକୁଳା-ମୌସୁମୀ ପଲ୍ଙ୍କୁ ହରାଇ ସ୍ବର୍ଣ୍ଣ ପଦକ ପାଇଥିଲେ। ଏଥିପୂର୍ବରୁ ଅନୁଷ୍ଠିତ ସେମିଫାଇନାଲ୍ରେ ପୂଜା-ସ୍ନିହାଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ରୁଇ ଜୁଆନ୍ ଗୋଇ-ଜିନ୍ ରୁ ଵଙ୍ଗଙ୍କୁ ଏବ˚ ଶ୍ରେଜା-ମୌସୁମୀଙ୍କ ଯୋଡ଼ି ୩-୦ରେ ନିଜ ଦେଶର ସୁତୀର୍ଥା ମୁଖାର୍ଜୀ-ଅହିକା ମୁଖାର୍ଜୀଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲେ।
ପୁରୁଷ ଯୁଗଳ ଫାଇନାଲ୍ରେ ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡ଼ି ୩-୧ (୮-୧୧, ୧୧-୬, ୧୩-୧୧, ୧୨-୧୦)ରେ ନିଜ ଦେଶର ଶୀର୍ଷ ଯୋଡ଼ି ଶରତ କମଲ-ଜି.ସାଥିଆନ୍ଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ଶରତ-ସାଥିଆନ୍ଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ଶାଓ ହାନ୍ ଜୋସ୍ ସୁଆଙ୍କୁ ଏବ˚ ଅମଲରାଜ-ମାନବଙ୍କ ଯୋଡ଼ି ଇ˚ଲଣ୍ଡର ସାମୁଏଲ୍ ଵାକର-ଥୋମାସ ଜାରଭିସ୍ଙ୍କୁ ୩-୧ରେ ହରାଇଥିଲେ।
ଏଥିପୂର୍ବରୁ ଦ୍ବିତୀୟ ଦିନରେ ଅନୁଷ୍ଠିତ ପୁରୁଷ ଦଳଗତରେ ଭାରତ ସ୍ବର୍ଣ୍ଣ, ଇ˚ଲଣ୍ଡ ରୌପ୍ୟ ଏବ˚ ସିଙ୍ଗାପୁର ଓ ମାଲେସିଆ କା˚ସ୍ୟ ପଦକ ପାଇଥିଲେ। ସେହିପରି ମହିଳା ଦଳଗତରେ ଭାରତ, ଇ˚ଲଣ୍ଡ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଏବ˚ ସିଙ୍ଗାପୁର ଓ ନାଇଜେରିଆ କା˚ସ୍ୟ ଜିତିଥିଲେ। ରବିବାର ମିଶ୍ରିତ ଯୁଗଳରେ ଜି.ସାଥିଆନ୍-ଅର୍ଚ୍ଚନା କାମଥଙ୍କ ଯୋଡ଼ି ଫାଇନାଲ୍ରେ ସିଙ୍ଗାପୁରର କୋଏନ୍ ପାଙ୍ଗ-ରୁଇ ଜୁଆନ୍ ଗୋଇଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ। ତାଙ୍କ ସହିତ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସ˚ସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁଲିସ୍ କମିସନର ସତ୍ୟଜିତ ମହାନ୍ତି, ଆର୍ଡିସି ଅନୀଲ କୁମାର ସାମଲ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣ, ରାଜ୍ୟଗୋଷ୍ଠୀ ମହାସ˚ଘ ଅଧ୍ୟକ୍ଷ ବିବେକ କୋହଲି, ସାଧାରଣ ସମ୍ପାଦକ ଏମ୍ପି ସି˚ହ, ଓଡ଼ିଶା ଟେବୁଲ ଟେନିସ ସ˚ଘ ଉପ ସଭାପତି ସ˚ଜୟ ସି˚ହ, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟଗୋଷ୍ଠୀ ଟିଟି ପଦକ ବିଜେତା
ଦଳଗତ ପୁରୁଷ (ହୋମ୍ ଆସୋସିଏସନ୍ କପ୍)
ସ୍ବର୍ଣ୍ଣ- ଭାରତ
ରୌପ୍ୟ- ଇ˚ଲଣ୍ଡ
କା˚ସ୍ୟ- ସିଙ୍ଗାପୁର/ମାଲେସିଆ
ଦଳଗତ ମହିଳା (ଇଣ୍ଡିଆ କପ୍)
ସ୍ବର୍ଣ୍ଣ- ଭାରତ
ରୌପ୍ୟ- ଇ˚ଲଣ୍ଡ
କା˚ସ୍ୟ- ସିଙ୍ଗାପୁର/ନାଇଜେରିଆ
ମିଶ୍ରିତ ଯୁଗଳ (ଗ୍ୟୁର୍ନେସି କପ୍)
ସ୍ବର୍ଣ୍ଣ: ଜି.ସାଥିଆନ୍-ଅର୍ଚ୍ଚନା କାମଥ (ଭାରତ)
ରୌପ୍ୟ: କୋଏନ୍ ପାଙ୍ଗ-ରୁଇ ଜୁଆନ୍ ଗୋଇ (ସିଙ୍ଗାପୁର)
କା˚ସ୍ୟ: ଶରତ କମଲ-ଶ୍ରୀଜା ଅକୁଳା (ଭାରତ)
କା˚ସ୍ୟ: ହରମୀତ ଦେଶାଇ-ଅହିକା ମୁଖାର୍ଜୀ (ଭାରତ)
ପୁରୁଷ ଯୁଗଳ (ହଙ୍ଗକଙ୍ଗ କପ୍)
ସ୍ବର୍ଣ୍ଣ: ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କର (ଭାରତ)
ରୌପ୍ୟ: ଶରତ କମଲ-ଜି.ସାଥିଆନ୍ (ଭାରତ)
କା˚ସ୍ୟ: ସାମୁଏଲ୍ ଵାକର-ଥୋମାସ ଜାରଭିସ୍ (ଇ˚ଲଣ୍ଡ)
କା˚ସ୍ୟ: କୋଏନ୍ ପାଙ୍ଗ-ସାଓ ହାନ୍ ଜୋସ୍ ଚୁଆ (ସିଙ୍ଗାପୁର)
ମହିଳା ଯୁଗଳ (କାନାଡ଼ା କପ୍)
ସ୍ବର୍ଣ୍ଣ: ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ବିକା (ଭାରତ)
ରୌପ୍ୟ: ଶ୍ରୀଜା ଆକୁଳା-ମୌସୁମୀ ପଲ୍ (ଭାରତ)
କା˚ସ୍ୟ: ସୁତୀର୍ଥା ମୁଖାର୍ଜୀ-ଅହିକା ମୁଖାର୍ଜୀ (ଭାରତ)
କା˚ସ୍ୟ: ରୁଇ ଜୁଆନ୍ ଗୋଇ-ଜିନ୍ ରୁ ଵଙ୍ଗ (ସିଙ୍ଗାପୁର)
ପୁରୁଷ ଏକକ (ସିଙ୍ଗାପୁର କପ୍)
ସ୍ବର୍ଣ୍ଣ: ହରମୀତ ଦେଶାଇ (ଭାରତ)
ରୌପ୍ୟ: ଜି.ସାଥିଆନ୍ (ଭାରତ)
କା˚ସ୍ୟ: ଥୋମାସ ଜାର୍ଭିସ୍ (ଇ˚ଲଣ୍ଡ)/ କୋଏନ୍ ପାଙ୍ଗ (ସିଙ୍ଗାପୁର)
ମହିଳା ଏକକ (ଓସେନିଆ କପ୍)
ସ୍ବର୍ଣ୍ଣ: ଆହିକା ମୁଖାର୍ଜୀ (ଭାରତ)
ରୌପ୍ୟ: ମଧୁରିକା ପାଟକର (ଭାରତ)
କା˚ସ୍ୟ: ଶ୍ରୀଜା ଅକୁଳା (ଭାରତ)/ ଟିନ୍ ଟିନ୍ ହୋ (ଇ˚ଲଣ୍ଡ)