ବାଲେଶ୍ଵର : ଜଳେଶ୍ବର ପୋଲିସ ଦ୍ଵାରା ୬୦ ନଂ ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ତଳୁ ୩ ଟି ପଥର ବୋଝେଇ ଡମ୍ଫର ଜବତ କରାଯାଇଛି । ପଥରଗୁଡିକ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ଜଳେଶ୍ୱର ପୋଲିସ ଜବତ କରିଛି ।
ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ୩ଟି ଡମ୍ପର ବାଲେଶ୍ୱର ଜିଲ୍ଲା ବାଗୁଡ଼ି ଅଞ୍ଚଳରୁ ପଥର ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା । ପାଟ୍ରୋଲିଂରେ ଥିବା ଜଳେଶ୍ୱର ପୋଲିସ ୬୦ ନଂ ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ତଳେ ୩ଟି ଡମ୍ପରକୁ ଅଟକାଇଥିଲା । ସେମାନଙ୍କ ପାଖରୁ କୌଣସି କାଗଜପତ୍ର ନ ପାଇବାରୁ ଗାଡି ତିନୋଟିକୁ ଆଣି ଥାନା ପରିସରରେ ରଖାଯାଇଥିଲା ।
ପ୍ରତେକ ଦିନ ଶହ ଶହ ଟ୍ରକ ଟିକସ ଫାଙ୍କି ଚୋରା ପଥର ପଶ୍ଚିମବଙ୍ଗ ଚାଲାଣ କରୁ ଥିଲା ବେଳେ ପ୍ରଶାସନ ଏଥିପ୍ରତି ନଜର ଦେଉ ନଥିବା ଅଭିଯୋଗ ହେଉଛି । ଜଳେଶ୍ୱର ପୋଲିସର ହଠାତ ଚଢ଼ଉକୁ ନେଇ ପଥର ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି ।