ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର ର ପ୍ରକୃତି ଶିବିର ଅନୁଷ୍ଠିତ

Spread the love
ବରୀ, ୨୯/୧ /୨୬  (ସନ୍ଧାନ ନ୍ୟୁଜ) ) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର ତରଫରୁ ଭିତର କନିକା ଜାତୀୟ ଉଦ୍ୟାନରେ ପ୍ରକୃତି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ୫୦ ଜଣ ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ଓ ସହକର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏସଏନ କଲେଜ, ରାଜକନିକାର ବଟାନି ବିଭାଗର ଅଧ୍ୟାପକ ଅମିତାଭ କରଣ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ l ଶ୍ରୀ କରଣ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଉଦ୍ଭିଦ, ବୃକ୍ଷ, ଜୀବଜନ୍ତୁ, ହେନ୍ତାଳ ବନ, ସୁନ୍ଦରୀ ବୃକ୍ଷ, କୁମ୍ଭୀର, ହରିଣ ଆଦି ବିଷୟରେ ବିସ୍ତୃତ ଭାବରେ ଜ୍ଞାନ ପ୍ରଦାନ କରିଥିଲେ। ଡଙ୍ଗାରେ ଭ୍ରମଣ ସମୟରେ ଛାତ୍ର ଛାତ୍ରୀମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ l ପରିଭ୍ରମଣ ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକୃତା, ବୁଦ୍ଧି ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଇଥିଲେ। ଭିତରକନିକାର ମନଲୋଭା ଦୃଶ୍ୟ ପରିବେଶକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।  ବାସ୍ତବରେ ଛାତ୍ର ଛାତ୍ରୀମାନେ ପରିବେଶ ଭ୍ରମଣ ଓ ପ୍ରକୃତି ଶିବିରକୁ ଉପଭୋଗ କରିବା ସହିତ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ। ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ସଂଲଗ୍ନ ମା ତାରିଣୀଙ୍କ ମନ୍ଦିର ପାର୍ଶ୍ୱରେ ଦୁଇଟି ଆବର୍ଜନା କୁଣ୍ଡ ଯଥା ଓଦା ଓ ଶୁଖିଲା ଆବର୍ଜନାକୁ ଭିର୍ଣ୍ଣ ଭିର୍ଣ୍ଣ କୁଣ୍ଡରେ ପକାଇବା ପାଇଁ ନିର୍ମାଣ କରାଯାଇ ଛାତ୍ର ଛାତ୍ରୀ, ଗ୍ରାମବାସୀ ଓ ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କୁ ସଚେତନ କରାଯାଇଥିଲା। ମନ୍ଦିର ସମ୍ମୁଖରେ ବିଦ୍ୟାଳୟ ପାଚେରୀ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନନ୍ଦିନୀଦେବୀ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ନକୁଳ ଚନ୍ଦ୍ର ଦାସ ପ୍ରାକ୍ତନ ସଭାପତି କେଦାର ଚନ୍ଦ୍ର ସାମଲ ଆଦି ଯୋଗଦେଇ କିଭଳି ଭାବରେ ମନ୍ଦିରରେ ବ୍ୟବହାର ହେଉଥିବା ଫୁଲ ଓ ଅନ୍ୟାନ୍ୟ ବର୍ଯ୍ୟାବସ୍ତୁ ଗୁଡିକୁ କୁଣ୍ଡରେ ପକାଇ ମନ୍ଦିର ପରିବେଶକୁ ସ୍ଵଚ୍ଚ ରଖାଯାଇପାରିବ ସେ ବିଷୟରେ ଆଲୋକପାତ କରିବା ସହିତ ସମସ୍ତଙ୍କୁ ସଚେତନ କରାଇଥିଲେ। ସମସ୍ତେ ମିଶି ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଇ.ଇ.ପି, ଭାରତ ସରକାର ଓ ସେଣ୍ଟର ଫର  ଫରେଷ୍ଟ ଏନଭିର୍ନାମେଣ୍ଟ ଏବଂ କ୍ଲାଇମେଟ ଚେଞ୍ଜ ଓଡିଶା ସରକାର ତଥା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦୁଇଟି ଯାକ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା, ଶିକ୍ଷା କର୍ମଚାରି, ଛାତ୍ର ଛାତ୍ରୀ, ପରିଚାଳନା କମିଟି ଗ୍ରାମବାସୀ ସହଯୋଗ କରିବା ସହିତ ପ୍ରଧାନ ଶିକ୍ଷକଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶେଷରେ ବିଦ୍ୟାଳୟ ପାର୍ଶ୍ଵ ରାସ୍ତାରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା।  ରାସ୍ତାରେ ଯାତାୟାତ କରୁଥିବା ସାଇକେଲ, ମଟର ସାଇକେଲ, ଓ ବିଭିନ୍ନ ଯାନ ବାହାନରେ ଯାତାୟାତ କରୁଥିବା ଲୋକ ମାନଙ୍କୁ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା। ସି. ଇ.ଏସ. ସମସ୍ତ ଅଧିକାରୀ ବିଶେଷକରି ପ୍ରୋଗ୍ରାମ ଅଫିସରଙ୍କୁ ଧନ୍ୟବାଦ ଦେଇଥିଲେ।

Related Posts

About The Author

Add Comment