ଧର୍ମଶାଳା, ୧୯/୧୧ (ସନ୍ଧାନ ନିଉଜ/ମାନସ ରାଉତ) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବଡ କାଏମା ଓ ଅଭୟପୁର ପଂଚାୟତର ବମ୍ଫୁ – ମଙ୍ଗରାଜପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିଚାଳନାରେ ତୃଟି ପାଇଁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କିରଣ ମୟୀ ଦେବତାଙ୍କୁ ବ୍ଲକ୍ ଶିକ୍ଷାଧିକାରୀ ପ୍ରଫୁଲ୍ଲକୁମାର ବେହେରା ନିଲମ୍ବିତ କରିଛନ୍ତି । ସରକାରୀ ଶିକ୍ଷୟିତ୍ରୀ ପୁଷ୍ପାରାଣୀ କରଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବା ସହିତ ୩ ଦିନ ମଧ୍ୟରେ ଉତର ରଖିବା ପାଇଁ ବିଇଓ ଶ୍ରୀ ବେହେରା କୈଫତ ତଲପ କରିଛନ୍ତି । ଉଲେଖଯୋଗ୍ୟ ଯେ ,ବମ୍ଫୁ – ମଙ୍ଗରାଜପୁର ସ୍କୁଲରେ ଶନିବାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ପରିବେଶଣ କରାଯାଇଥିଲ । ଏହାକୁ ଖାଇ ବିଦ୍ୟାଳୟର ପ୍ରାୟ ୧୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଷଷ୍ଠ ଶ୍ରେଣୀ ଛାତ୍ର ବିଚିତ୍ର କୁମାର ମଲ୍ଲିକ (୧୧) ଓ ପଂଚମ ଶ୍ରେଣୀ ଛାତ୍ର ଶୁଭମ୍ ମଲ୍ଲିକ (୧୦) ଗୁରୁତର ହୋଇପଡିଥିଲେ । ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିସôା ପରେ ବିଚିତ୍ରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ଆଜି ପର୍ଯ୍ୟନ୍ତ ସେଠାରେ ସେମାନେ ଚିକିସôାଧୀନ ଅଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ୨ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ହରିଦାସପୁର ପଂଚାୟତ ଶୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନରେ ପଡିଥିବା ମଲା ଝିଟିପିଟି ମିଶା ଭାତ ଖାଇ ୪୨ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଧର୍ମଶାଳା ଡାକ୍ତରଖାନାରେ ଚିକିସôିତ ହୋଇଥିଲେ । ଦାୟିତ୍ୱରେ ଅବହେଳା କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ପାଚିକାଙ୍କ ବିରୋଧରେ ବିବାଦୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି ।
ପଚା ଅଣ୍ଡା ଖାଇ ଛାତ୍ର ଅସୁସ୍ଥ ହେବା ଘଟଣା ବମ୍ଫୁ, ମଙ୍ଗରାଜପୁର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
|
November 19, 2019 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)