ପକ୍ଷୀ ଶିକାର କରିବା ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ

Spread the love

ଯାଜପୁର ସଦର ୦୫ ।୧୨, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଥାନା ପୋଲିସ ପକ୍ଷରୁ ବେଆଇନ ଭାବେ ପକ୍ଷୀ ଶିକାର କରୁଥିବା  ଘଟଣାକୁ ନେଇ ବ୍ରହ୍ମବରଦା ପୋଲିସ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣକରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କୁ ଶିକାର କରି ନେଇଯାଉଥିବା ବେଳେଲୋକମାନେ ଶିକାରିକୁ ଧରିଥିଲେ । ଯାହାକୁ ନେଇ ବ୍ରହ୍ମବରଦା ଥାନାକୁ ଖବର ଦିଆଯାଇଥିଲା । ବୈରୀ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଚି । ଏମାନେ ହେଲେ ଯାଜପୁରରୋଡ଼ କଳିଙ୍ଗନଗର ଥାନା ନିକଟସ୍ଥ ରାବଣି ଗ୍ରାମର ରଘୁବିର ପ୍ରଧାନ(୨୨), ଦିପୁ ପ୍ରଧାନ(୧୯),ରାଜକୁମାର ପ୍ରଧାନ(୨୦) । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଥାନା ନିକଟସ୍ଥ ମଙ୍ଗରଜାପୁର ପଂଚାୟତ ବରି ଭାନୁପୁର ଗ୍ରାମର ଏକ ତୋଟାରୁ ୩  ଯୁବକ ପକ୍ଷୀ ଶିକାର କରିବାକୁ ଆସିଥିଲେ । ପକ୍ଷୀ ମାନଙ୍କ ମଧ୍ୟରେ ପାରା, ବଗ, ମାଛରଙ୍କା ଏହି ପକ୍ଷୀ ଶିକାର କରୁଥିବା ବେଲେ, ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ ଗ୍ରାମବାସୀ ମାନେ ସେମାନଙ୍କୁ ଧରି ବ୍ରହ୍ମବରଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ସମ୍ପୃକ୍ତ ପକ୍ଷୀ ଶିକାରୀ ମାନଙ୍କୁ ଥାନାକୁ ଆଣି ପଚାରା ଉଚରା କରିବା ସହିତ ବୈରୀ ବନବିଭାଗକୁ ଏସମ୍ପର୍କରେ ଜଣାଇଥିଲେ । ଏସସିଏଫ ରବି ମହାନ୍ତି, ସୁରିତାନନ୍ଦ ସୁବୁଦ୍ଧି, କୃଷ୍ଣଚନ୍ର ଟୁଡୁ ଥାନାରେ ପହଂଚି ଏହାର ତଦନ୍ତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଏନେଇ କେସ ନଂ ୧୧୭/୨୫ ରେ ମାମଲା ରୁଜୁ କରାଯାଇଚି ।

Related Posts

About The Author

Add Comment