ପଂଚାୟତ ଗୋଦାମ ଗୃହରେ ୩୦୦ବସ୍ତା କଂଟ୍ରୋଲ ଚାଉଳ ମହଜୁଦ୍, ହଡପ୍ ଯୋଜନା ଫେଲ

Spread the love

ରସୁଲପୁର,୮/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ପଂଚାୟତ ଗୋଦାମ ଗୃହରେ ୩୦୦ବସ୍ତା କଂଟ୍ରୋଲ ଚାଉଳ ମହଜୁଦ୍ ରହିଛି । ଏହି ଚାଉଳକୁ ନେଇ ସାଧାରଣରେ ସନେ୍ଦହ ଉପୁଯିଛି । ଏ ଦିଗରେ ଜନସାଧାରଣ ଜାଗ୍ରତ ହୋଇଯିବାରୁ ସାଧାରଣ ବଂଟନ ବ୍ୟବସ୍ଥା ପାଇଁ ଉଦିଷ୍ଟ ଚାଉଳ ହଡପ ଯୋଜନା ପଣ୍ଡ ହୋଇଯାଇଛି । ଏ ସଂପର୍କରେ ପଂଚାୟତରୁ ବ୍ଲକ ପର୍ଯ୍ୟନ୍ତ କାହାରି ନିକଟରୁ ସନ୍ତୋଷଜନ ଉତ୍ତର ମିଳ ନପାରିବା ଘଟଣାକୁ ଗୋଳିଆ କରିଦେଇଛି । ଗୋଦାମ ଗୃହ ମଧ୍ୟରେ ମହଜୁଦ୍ ଥିବା ଚାଉଳ ସାଧାରଣ ଜନତାଙ୍କ ନଜର ବନ୍ଦୀରେ ରହିଛି ।
ପ୍ରକାଶଥାଉ କି ଫେବୃଆରୀ ମାସରେ ସାଧାରଣ ବଂଟନ ବ୍ୟବସ୍ଥାକୁ ସଠିକ୍ ପରିଚାଳନା କରିନପାରି ଓଡିଶୋ ପଂଚାୟତର ରିଟେଲର ପଦନମୋହନ ସାହୁ ନିଲମ୍ବିତ ହୋଇଥିଲା । ଚଳିତ ମାସଠାରୁ ଏହି ପଂଚାୟତରେ ଲୋକଙ୍କୁ ଚାଉଳ ବାଂଟିବା ପାଇଁ ସିଂହାପରୁ ରିଟେଲର ଚନ୍ଦ୍ରମଣୀ ସେଠୀଙ୍କୁ ଦାଇତ୍ୱ ନ୍ୟସ୍ତ କରାଯାଇଥିଲା । ଆରମ୍ଭରୁ ସାଧାରଣ ବଂଟନ ଚାଉଳ ବାଂଟିବା ଦିଗରେ ରିଟେଲର ସେଠୀର ଭୂମିକା ସନେ୍ଦହ ଘେରକୁ ଆସିଛି । ସେ ବେଆଇନ ଭାବରେ ଚଳିତ ମାସର କୋଟାକୁ ତାଙ୍କର ଡିଲର ପଂଏଟରେ ନରଖି ପଂଚାୟତ ଗୋଦାମ ଗୃହରେ ମହଜୁଦ୍ ରଖିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିୟମ ମୁତାବକ କଂଟ୍ରୋଲ ସାମଗ୍ରୀକୁ ସରକାରୀ ନିର୍ଦ୍ଧାରିତ ସ୍ଥାନରେ ରିଟେଲର ଗଚ୍ଛିତ ରଖିବେ । ଏ ଦିଗରେ କୌଣସି ପରିବର୍ତ୍ତନ ଘଟିଲେ । ସେ ନେଇ ବ୍ଲକ ଯୋଗାଣ ଅଧିକଲାରୀ, ଚାଉଳ ଯୋଗାଣ ଦାଇତ୍ୱରେ ଥିବା ସଂସ୍ଥା ଓ ପଂଚାୟତର ରିଟେଲରଙ୍କ ଉପସ୍ଥିରେ ନିଷ୍ପତି ନିଆଯିବ । ତା ପୁଣି ଖାଉଟିଙ୍କ ଅଭିଯୋଗକୁ ଭିତ୍ତିକରି କରାଯିବ । ମାତ୍ର ଏଠାରେ ସେ ଭଳି କିଛି ହୋଇନଥିବା ବେଳେ କେଉଁ ପରିସ୍ଥିତିରେ ଚାଉଳ ଗୋଦମାଗୃହକୁ ଆସିଲା । ଚାଉଳ ଯୋଗାଣକାରୀ ସଂସ୍ଥା ପକ୍ଷରୁ ୩ଦିନ ତଳୁ କେଉଁ ପରିସ୍ଥିତିରେ ଚାଉଳ ଗୋଦାମ ଘରେ ରଖାଗଲା । ତାକୁ ଏ ଦିଗରେ କିଏ ଅନୁମତି ପ୍ରଦାନ କଲା । ଏ ସବୁ ଘଟଣାକୁ ନେଇ ସାଧାରଣରେ ସନେ୍ଦହ ଦୃଢିଭୂତ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଓଡିଶୋ ପଂଚାୟତରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏ ଦିଗରେ ଜନସାଧାରଣଙ୍କ ନାନା ପ୍ରଶ୍ନ ବାଣରେ ରିଟେଲର ହଡବଡେଇ ଯାଇଛନ୍ତି । ତାଙ୍କୁ ଲୋକେ କହିବାରୁ ସେ ଏଠାରେ ରଖିଛନ୍ତି । ଶନିବାରଠାରୁ ଚାଉଳ ବାଂଟିବେ ବୋଲି କହିଛନ୍ତି । ଏ ଦିଗରେ ରସୁଲପୁର ଯୋଗାଣ ଅଧିକାରୀ ଅନୁଜ ସାହୁଙ୍କୁ ପଚାରିବାରୁ ସେ ଏ ସଂପର୍କରେ ଜାଣିନାହାଁନ୍ତି । ରିଟେଲରଙ୍କୁ ପଚାରିବାରୁ ସେ ପଂଚାୟତରେ ନିଷ୍ପତି ହୋଇଛି ବୋଲି ସଫେଇ ଦେଇଛନ୍ତି । ମାତ୍ର ଏ ଦିଗରେ ଯୋଗାଣ ଅଧିକାରୀଙ୍କ ନିକଟରେ କୌଣସି ଲିଖିତ ପତ୍ର ପହଁଚି ନାହିଁ । ଯୋଗାଣ ସଂସ୍ଥାର ପ୍ରୋପାଇଟରଙ୍କୁ ପଚାରିବାରୁ ତାଙ୍କ ପିଲା ଡିଲର ପଏଂଟରେ ଚାଉଳ ଡେଲିଭରି ଦେଇଥିବା କଥା ପ୍ରକାଶ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ଚାଉଳ ଏଠାରେ ପହଁଚିଲା ସେ ଦିଗରେ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।

Report by J Rout

Related Posts

About The Author

Add Comment