ନୟାଗଡ଼ରେ ଏକାଦିନକେ ୨୩୨ ଆକ୍ରାନ୍ତ, ଜଣେ ଡାକ୍ତର ମୃତ

Spread the love

ନୟାଗଡ଼, ୨୦/୦୮/୨୦ (ସନ୍ଧାନ ନିଉଜ) : ନୟାଗଡ଼ ଜିଲାରେ କରୋନା ସଂକ୍ରମଣକୁ ନେଇ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏକାଦିନରେ ୨୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ୧୬୫୬ ଆକ୍ରାନ୍ତଙ୍କ ସଂଖ୍ୟା ଥିଲାବେଳେ ଆଜିର ୨୩୨ ସହ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୯୭୦ ଜଣ ସୁସ୍ଥ ହୋଇଥିବାବେଳେ ୯୦୨ଜଣ ସକ୍ରିୟ ରହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ କରୋନା ସଂକ୍ରମଣରେ ମୃତ୍ୟୁକୁ ନେଇ ସହରରେ ଅଲୋଡ଼ନ ଦେଖାଦେଇଛି  ା ଏହି ଡାକ୍ତର ଜଣଙ୍କ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏବଂ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଥିଲେ ବୋଲି କୁହାଯାଉଛି। ସେ ଜଣେ ଭଲ ଡାକ୍ତର ଥିବାରୁ ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳି ଯାଇଛି। ନୟାଗଡ଼ ବ୍ଳକ ନବଘନପୁର ପଂଚାୟତର ଗୋପୀନାଥପୁର ଗାଁକୁ ସରପଂଚ ମାନଓ ରଂଜନ ପାଳ ୭ଦିନିଆ ସଟ୍‌ଡାଉନ ଘୋଷଣା କରିଛନ୍ତି। ଗୋପୀନାଥପୁର ଗାଁରୁ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଂଚ ଶ୍ରୀ ପାଳ ଏହି ପଦକ୍ଷେପ ନେଇଛନ୍ତି। ବାହାରକୁ କେହି ନବାହାରିବା ପାଇଁ ପରାମର୍ଶ ଦେଇଥିବାବେଳେ ଦୋକାନ ବନ୍ଦ ରଖିବାକୁ କହିଛନ୍ତି।

Related Posts

About The Author

Add Comment