ନୟାଗଡ଼, ୧୨/୦୭/୨୦ (ସନ୍ଧାନ ନିଉଜ) : ନୟାଗଡ଼ ଜିଲାରୁ ବାହାର ରାଜ୍ୟକୁ କିମ୍ବା ହଟସ୍ପଟ ଜିଲାକୁ ଯାଇ ଫେରିଲେ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ ବୋଲି ଜିଲାପାଳ ଡ-ପୋମା ଟୁଡୁ ସୂଚନା ଦେଇଛନ୍ତି। କରୋନା ଭୟାଭହତାକୁ ନେଇ ଜିଲାପାଳ ଏହି କଟକଣା ଜୋରଦାର କରିଥିଲାବେଳେ ଏବେସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଶହକୁ ଛୂଇଁବାକୁ ବସିଛି। ଜିଲାର ଲୋକେ ବାହାର ରାଜ୍ୟକୁ ଏବଂ ହଟସ୍ପଟ ଜିଲାକୁ ଯାଇ ନୟାଗଡ଼ ଫେରିଥୁବା ଜିଲାପାଳଙ୍କ ନଜରକୁ ଆସିଥିବାବେଳେ ଜିଲାପାଳ ଏପରି କଟକଣା କରିଛନ୍ତି। ଯେଉଁମାନେ ହଟସ୍ପଟ ଜିଲାରୁ ଫେରିବେ ସେମାନେ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୨୩୧ ତା-୧୨-୭-୨୦୨୦ରେ ସୂଚନା ଦିଆଯାଇଛି।
ନୟାଗଡ଼ରୁ ହଟସ୍ପଟ ଜିଲାକୁ ଯାଇ ଫେରିଲେ ସଙ୍ଗରୋଧରେ ରହିବେ
|
July 12, 2020 |
