ନୂଆବର୍ଷରେ ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ: ଆର୍ ଭିନିଲ କ୍ରିଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ବଦଳିଲେ ପୁରୀ- କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାପାଳ

Spread the love

ବାଲେଶ୍ଵର, ୦୨/୦୧/୨୦୨୧(ସନ୍ଧାନ ନିଉଜ / ଲିଙ୍ଗରାଜ ପଣ୍ଡା):- ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ପ୍ରଶାସନିକ ଅଫିସର୍ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୭ଜଣ ବରିଷ୍ଠ ଆଇଏଏସ୍ ଏବଂ ୨ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ପଦବୀ ଅଦଳବଦଳ କରାଯାଇଛି। ଆଇଏଏସ୍ ଆର୍ ଭିନିଲ କିଷ୍ଠାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ Cଭାବେ ନିଯୁକ୍ତି ଦିଆଯାଇଛି । ସେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ତଥା କ୍ରୀଡା ବିଭାଗର ନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଏ ଦାୟିତ୍ବରେ ଥିଲେ। ନୂତନ ପଦବୀ ସହ ସେ ପୂର୍ବଭଳି କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି ପୁରୀ ଜିଲ୍ଲାପାଳ ଦାୟିତ୍ବରେ ଥିବା ବରିଷ୍ଠ ଆଇଏଏସ୍ ଅଫିସ୍ ବଲବନ୍ତି ସିଂଙ୍କୁ ଓଏମସି ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏହା ସହ ସେ ପୂର୍ବ ଭଳି ଅତିରକୁ ଭାବେ ଓଏମ୍‌ସିଏଲ୍ ଇଡ଼ି ପଦବୀର ଦାୟିତ୍ବ ସମ୍ଭାଳିବେ। ସେ ଆର ଭିନୀଲ କ୍ରୀଷ୍ଣାଙ୍କଠାରୁ ଦାୟିତ୍ବ ନେବେ ସୂଚନାଯୋଗ୍ୟ ଯେ, ଓଏମସିଏଲର ଏମଡି ପଦବୀକୁ ଆଇଏଏସ କ୍ୟାଡର ନିୟମ ଅନୁଯାୟୀ ଅତିରିକ୍ତ ସଚିବ ପାହ୍ୟା ଦିଆଯାଇଛି । ବଲୱନ୍ତ ସିଂ ତାଙ୍କ ଦାୟିତ୍ବ ସହ ପୂର୍ବଭଳି ଓଏମଇସିଏଲର ଏମଡି ଦାୟିତ୍ବ ଅତିରିକ୍ତ ଭାବେ ତୁଲାଇବେ । ସେହିପରି ସିଏମଜିଆଇର ଇଡି ପଦବୀରେ ଥିବା ଆଇଏଏସ୍ ମହମ୍ମଦ ସାଦିକ୍ ଆଲାମ୍‌ଙ୍କୁ ଶିଳ୍ପ ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ର ମିଳିଛି । ନିଜ ଦାୟିତ୍ବ ସହ ପୂର୍ବଭଳି ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତି ଦାୟିତ୍ବ ତୁଲାଇବେ । ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ସେହିଭଳି ଭୁବନେଶ୍ୱର ଏଡିଏମ ଭାବେ କୋଭିଡ୍ ପରିଚାଳନା ସହ ବିଏମସିର ଅତିରିକ୍ତ କମିଶନର ଭାବେ ଦାୟିତ୍ବ ତୁଲାଉଥିବା ଶ୍ରୀମତି ପାରୁଲ ପଟୱାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ପଦବୀରେ ନିଯୁକ୍ତି ଦିଆଯାଇଛି । ସେହିଭଳି ରାୟଗଡା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଅଞ୍ଚିତ ରୁତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଖୋର୍ଦ୍ଧାର ସ୍ବତନ୍ତ୍ର ଏଡିଏମ ଭାବେ କୋଭିଡ୍ ପରିଚାଳନା ଦାୟିତ୍ବରେ ଥିବା ବିଶାଲ ସିଂହଙ୍କୁ ଯାଜପୁର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିଭଳି ରାୟଗଡାର ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ ଅଫିସର ପ୍ରମୋଦ କୁମାର ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ପଦବୀକୁ ବଦଳି କରାଯାଇଛି । ଜଗତସିଂହପୁର ଜିଲ୍ଲାପଳ ଥିବା ବରିଷ୍ଠ ଓଏଏସ ଥିବା ସରୋଜ କୁମାର ମିଶ୍ରଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Related Posts

About The Author

Add Comment