ଭୁବନେଶ୍ୱର, ୧୩/୦୫ (ସନ୍ଧାନ ନିଉଜ) ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ରାଜୀବ କୁମାର ନୀତି ଆୟୋଗଙ୍କ ଦ୍ୱିତୀୟ ଉପାଧ୍ୟକ୍ଷ ଥିଲେ । ରାଜୀବ କୁମାର ୨୦୨୭ ରେ ସରକାର ଥିଙ୍କ ଟ୍ୟାଙ୍କର ଭିସି ଥିଲେ ।
ଏହାଛଡା ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ, ପୁଣେର ଚାନ୍ସେଲର ଏବଂ ଗିରି ଇନଷ୍ଟିଚ୍ୟୁଟ୍ ଅପ୍ ଡେଭଲପମେଣ୍ଟ ଷ୍ଟଡିଜ୍, ଲକ୍ଷ୍ନୌର ବୋର୍ଡ ଅପ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଛନ୍ତି ।
ମେ’ ୧୫ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ ରାଜୀବ କୁମାର। ମେ’ ୧୪ ତାରିଖରେ ଅବସର ନେବେ ସୁଶିଲ ଚନ୍ଦ୍ରା। କିଛି ବର୍ଷ ଧରି ସେ ଏହି ପଦବୀରେ ରହିଆସୁଥିଲେ ।
ଭାରତୀୟ ପ୍ରଶାସନିକ ସେବାରେ ୩୬ ବର୍ଷରୁ ଅଧିକ ସମୟ କାମ କରିଛନ୍ତି ରାଜୀବ । ବିହାର, ଝାରଖଣ୍ଡ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ସେ କାମ କରିଛନ୍ତି । ବିଏସସି, ଏଲଏଲବି, ପିଜିଡିଏମ ଡିଗ୍ରୀ ହାସଲ କରିଛନ୍ତି ।



