ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ମୃତ୍ୟୁ ପରଓ୍ଵାନା ଚୂଡ଼ାନ୍ତ

Spread the love

ନିଉଦିଲ୍ଲୀ, ୭/୧/୨୦ (ସନ୍ଧାନ ନିଉଜ) : ଦିଲ୍ଲୀର ଏକ ଅଦାଲତ ଆଜି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇ ତାରିଖ ଓ ସମୟ ଧାର୍ଯ୍ୟ କରିଦେବା ପରେ ଏହି ୪ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ମନୋନୀତ ହୋଇଥିବା ମିରଟ ଜେଲର ଜହ୍ଲାଦ 🌹ପବନ କହିଛି, ‘ଏମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ମୁଁ  ପ୍ରସ୍ତୁତ।’

ଉଲ୍ଲେଖଯୋଗ୍ୟ, ପବନ ଜହ୍ଲାଦ ହେଉଛି ତାଙ୍କ ବଂଶରେ ତୃତୀୟ ପିଢ଼ିର ଜହ୍ଲାଦ, ଯିଏ କି ଏବେ ବି ପାରିବାରିକ ବୃତ୍ତିରେ ନିୟୋଜିତ ଅଛି। ସଂପ୍ରତି ଉତ୍ତରପ୍ରଦେଶର ମିରଟ ଜେଲରେ ଜହ୍ଲାଦ ରୂପେ ନିଯୁକ୍ତ ଥିବା ପବନକୁ ତିହାର ଜେଲକୁ ନେଇ ସେଠାରେ ବର୍ତ୍ତମାନ ବନ୍ଦୀ ଜୀବନ ବିତାଉଥିବା ୪ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଦେବାକୁ ଯୋଜନା କରୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ। କାରଣ, ତିହାର ଜେଲରେ ବର୍ତ୍ତମାନ କୌଣସି ନିଯୁକ୍ତି ପ୍ରାପ୍ତ ଜହ୍ଲାଦ ନାହାନ୍ତି।

Related Posts

About The Author

Add Comment